ବିଜେପିରେ ଯୋଗ ଦେଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡୀ

ନୂଆଦିଲ୍ଲୀ : ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କିରଣ କୁମାର ରେଡ୍ଡି ବିଜେପିରେ ଯୋଗ ଦେଇଛନ୍ତି । ସେ ଗତ ମାସ କଂଗ୍ରେସକୁ ଅଲବିଦା କହିଥିଲେ। ରେଡ୍ଡି ଅଭିବିଭାଜିତ ଆନ୍ଧ୍ର ପ୍ରଦେଶର ଶେଷ ମୁଖ୍ୟମନ୍ତ୍ରୀ ଥିଲେ ।

କଂଗ୍ରେସ ପାର୍ଟି ଲୋକଙ୍କ ମତକୁ ବୁଝିପାରୁନି । କଂଗ୍ରେସ ପାର୍ଟି ନା ବିଶ୍ଲେଷଣ କରୁଛି ଭୁଲ କେଉଁଠି ରହିଲା ନା ତାହାକୁ ଠିକ୍ କରିବାକୁ ଚାହୁଁଛି। ସେମାନେ ଏହା ଭାବୁଛନ୍ତି ଯେ, ମୁଁ ଠିକ୍ ଓ ଦେଶର ଜନତା ବାକି ସବୁ ଭୁଲ। ଏହି ବିଚାରଧାରା କାରଣରୁ ମୁଁ ଦଳ ଛାଡିବାର ନିଷ୍ପତ୍ତି ନେଇଛି। କଂଗ୍ରେସର ଶୀର୍ଷ ନେତାଙ୍କ ଭୁଲ ନିଷ୍ପତ୍ତି କାରଣରୁ ବହୁ ରାଜ୍ୟରେ ଦଳ ଭାଙ୍ଗିବାରେ ଲାଗିଛି। ଏହା ଗୋଟିଏ ରାଜ୍ୟର କଥା ନୁହେଁ। ଏକ ପୁରୁଣା କାହାଣୀ ଅଛି ଯେ, ମୋର ରାଜା ବହୁତ ବୁଦ୍ଧିମାନ ସେ ନିଜକୁ ନିଜେ କିଛି ଭାବିନଥାନ୍ତି ନା କାହାର ପରାମର୍ଶ ନିଅନ୍ତି। ଆପଣ ସମସ୍ତେ ବୁଝିଯିବେଣି ମୁଁ କ’ଣ କହିବାକୁ ଚାହୁଁଛି।’

ପୂର୍ବରୁ ହିଁ କୁହାଯାଉଛି ଯେ,ରେଡ୍ଡି ଲଗାତାର ବିଜେପିର ଶୀଷଁ ନେତାଙ୍କ ସମ୍ପର୍କରେ ଅଛୁ। ଏହା ସହିତ ଏହା ମଧ୍ୟ ଖବର ରହିଛି ଯେ, ବିଜେପି ତାଙ୍କୁ ପାର୍ଟିର ଗୁରୁତ୍ବପୂର୍ଣ୍ଣ ପଦ ଦେବା ନେଇ ପ୍ରସ୍ତାବ ଦେଇଛି। ବର୍ତ୍ତମାନ ରାଜ୍ୟରେ ଓ୍ବାଇଏସଆଇ କଂଗ୍ରେସର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ନେତୃତ୍ବରେ ଶାସନ ରହିଛି। କୁହାଯାଉଛି ଯେ, ଦକ୍ଷିଣ ଭାରତୀୟ ରାଜ୍ୟରେ ବିସ୍ତାରର ଚେଷ୍ଟାରେ ଲାଗିଥିବା ବିଜେପି ପାଇଁ ରେଡ୍ଡିଙ୍କ ଏଣ୍ଟ୍ରି ଖୁବ୍ ଲାଭଦାୟକ ହେବ।

SBI AD