ମହାକାଳପଡ଼ା,୧୪/୦୮ : ମହାକାଳପଡ଼ା ବ୍ଲକ ପ୍ରଶାସନ ତରଫରୁ ୮୦ତମ ସ୍ୱାଧୀନତା ଦିବସ ଅବ୍ୟହିତ ପୂର୍ବରୁ ପଂଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଥିବା ଗାନ୍ଧୀ ମୂର୍ତ୍ତିରେ ଶୁକ୍ରବାର ପୂର୍ବାହ୍ନରେ ପୁଷ୍ପମୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ନିରବ ପ୍ରାର୍ଥନା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ ବିଡ଼ିଓ ରବିନାରାୟଣ ଆଚାର୍ଯ୍ୟ ବିଏସଏସ ଓ ଦୀପକ ରଞ୍ଜନ ପରିଡା,ଶିଶୁସମ୍ମୋନ୍ନୀତ ଅଧିକାରିଣୀ, ଅଙ୍ଗନ ୱାଡି କର୍ମୀ, ମିଶନ ଶକ୍ତି, ଓଡିଶା ଜୀବିକା ମିଶନ ଓ ବ୍ଲକ ର ଅଧସ୍ତନ କର୍ମଚାରୀଙ୍କ ମାନେ ଯୋଗ ଦେଇଥିଲେ l ପୂର୍ବାହ୍ନରେ ସମ୍ପୃକ୍ତ କାର୍ଯ୍ୟ ପରେ ସନ୍ଧ୍ୟାରେ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ବ୍ଲକ ପରିସରରୁ କ୍ୟାଣ୍ଡେଲ ଶୋଭାଯାତ୍ରାରେ ବାହାରି ସାଧାରଣ ଜନତାଙ୍କୁ ବିପଦ ସମୟରେ ଦେଶପ୍ରେମ ଜାଗ୍ରତର ବାର୍ତ୍ତା ପ୍ରଚାର କରିଥିଲେ l ସଭିଏଁ ଦେଶବାସୀ ରାଷ୍ଟ୍ରର ଅଖଣ୍ଡତା, ସାର୍ବଢୌମତ୍ୱ ଓ ଏ୍ୟିକତା ବଜାୟ ରଖିବାରେ ଦେଶର ଜନପ୍ରିୟ ପ୍ରଧାନ ମନ୍ତ୍ରୀ ଙ୍କ ପ୍ରୟାସକୁ ସମ୍ମାନ ଜଣାଇ ଦେଶ ଓ ଜାତି, ମା ଓ ମାଟିର ସୁରକ୍ଷା ଉଦ୍ଦେଶ୍ୟରେ ତ୍ରିରଙ୍ଗା ଯାତ୍ରାରେ ସାମିଲ ରହିବା ଓ ପ୍ରଶାସନର ଏଭଳି ଜାତୀର ପିତାଙ୍କୁ ସମ୍ମାନ ଜଣାଇବା ଉଚିତ l