ନୂଆଦିଲ୍ଲୀ, ୧୪/୦୮ : ଇରାନ ରାଷ୍ଟ୍ରପତି ମସୁଦ ପେଜେସ୍କିଆନ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଭାରତ ଗସ୍ତରେ ଆସିବେ ବୋଲି ଇରାନୀ ସୂତ୍ରରୁ ଶୁକ୍ରବାର ଜଣାପଡ଼ିଛି। ସେପ୍ଟେମ୍ବରରେ ନୂଆଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ଅନୁଷ୍ଠିତ ହେବ। ୧୮ଶ ତମ ବ୍ରିକ୍ସ ସମ୍ମିଳନୀ ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଛି। ଏହି ଶିଖର ସମ୍ମିଳନୀ ଭାରତର ‘ସ୍ଥାୟୀତା, ନବସୃଜନ, ସହଯୋଗ ଓ ସ୍ଥିରତା ପାଇଁ ନିର୍ମାଣ’ ବିଷୟବସ୍ତୁ ଉପରେ ଅନୁଷ୍ଠିତ ହେବ। ଭାରତ ୨୦୨୬ ଆରମ୍ଭରେ ବ୍ରାଜିଲଠାରୁ ବ୍ରିକ୍ସ ଅଧ୍ୟକ୍ଷତା ଗ୍ରହଣ କରିଥିଲା।