ସୋନପୁର, ୨୩/୨ : ଅଭିନବ ଉପାୟରେ ଗଞ୍ଜେଇ ଚୋରାଚାଲାଣ । ଆମ୍ବୁଲାନ୍ସରୁ ଜବତ ହେଲା ବିପୁଳ ପରିମାଣର ଗଞ୍ଜେଇ । ସୋନପୁର ଅବକାରୀ ବିଭାଗ ଆମ୍ବୁଲାନ୍ସରୁ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଛି ।
ଖବର ଅନୁଯାୟୀ, ଜିଲ୍ଲା ବାହାରକୁ ଏକ ଆମ୍ବୁଲାନ୍ସ ଗଞ୍ଜେଇ ଚୋରାରେ ଚାଲାଣ ହେଉଥିଲା । ଯାହାର ଗୁଇନ୍ଦା ସୂଚନା ପାଇଥିଲା ଅବକାରୀ ବିଭାଗ । ଏହିକ୍ରମରେ ସହରର ବ୍ଲକ ଛକରେ ଚଢାଉ କରିଥିଲା ଅବକାରୀ ବିଭାଗ । ଆଉ ଏହି ଚଢାଉରେ ବିପୁଳ ପରିମାଣର ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି ।
