କେପ୍ଟାଉନ୍, ୨୩/୨ : ଆଜି ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନାଲ । ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସେମି ଫାଇନାଲ ଟକ୍କର ହେବ । ଗ୍ରୁପ୍ -୧ ବିଜେତା ଅଷ୍ଟ୍ରେଲିଆକୁ ଭେଟିବ ଗ୍ରୁପ୍ -୨ ଉପବିଜେତା ଭାରତ।
ତେବେ ଏହି ମ୍ୟାଚ୍ ଜିତି ୮ମ ସଂସ୍କରଣରେ ୭ମ ଥର ଫାଇନାଲ ଖେଳିବାକୁ ଅଷ୍ଟ୍ରେଲିଆ ଫେଭରିଟ୍ । ଲିଗ୍ ପର୍ଯ୍ୟାୟରେ ୪ଟିଯାକ ମ୍ୟାଚ୍ ଜିତି ଅଷ୍ଟ୍ରେଲିଆ ଗ୍ରୁପ୍ ଶୀର୍ଷରେ ରହିଥିଲା। ଅନ୍ୟପକ୍ଷରେ ଭାରତ ତା’ର ୩ଟି ଗ୍ରୁପ୍ ମ୍ୟାଚ୍ କୁ ସହଜରେ ଜିତିଥିଲା । ହର୍ମନପ୍ରୀତ କୌରଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଗ୍ରୁପ୍ ପର୍ଯ୍ୟାୟରେ ୪ରୁ ୩ ମ୍ୟାଚ୍ ଜିତି ସେମିଫାଇନାଲ୍ ରେ ପହଞ୍ଚିଛି। କେବଳ ଗ୍ରୁପ୍ ବିଜେତା ଇଂଲଣ୍ଡଠୁ ଅଳ୍ପରେ ହାରିଯାଇଥିଲା। ଉଭୟ ଦଳଙ୍କ ମଧ୍ୟରେ ୩୦ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଖେଳା ଯାଇଥିବା ବେଳେ ଅଷ୍ଟ୍ରେଲିଆ ୨୨ଟି ଓ ଭାରତ ୬ଟି ଜିତିଛି।
ଭାରତୀୟ ଦଳ: ହର୍ମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମନ୍ଧନା, ସେଫାଳି ବର୍ମା, ୟସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ଦେବିକା ବୈଦ୍ୟ, ରାଧା ଯାଦବ, ରେଣୁକା ଯାଦବ, ରେଣୁକା ଠାକୁର, ଅଞ୍ଜଳି ସର୍ବାଣୀ, ପୂଜା ବସ୍ତ୍ରାକର, ରାଜେଶ୍ୱରୀ ଗାଏକୱାଡ୍, ଶିଖା ପାଣ୍ଡେ ।
ଅଷ୍ଟ୍ରେଲିଆ ଦଳ: ମେଗ ଲାନିଂ(ଅଧିନାୟିକା), ଆସଲି ଗାର୍ଡନର, ଆଲିଶା ହିଲି, ଏଲିସ ପେରୀ, ତାହିଲା ମ୍ୟାକ୍ଗ୍ରା, ବେଥ୍ ମୁନି, ଜର୍ଜିଆ ୱାରେହାମ, ଆନାବେଲ ସୁଦରଲାଣ୍ଡ, ଆଲାନା କିଙ୍ଗ୍, ମେଗାନ ସ୍କଟ୍, ଗ୍ରେସ ହ୍ୟାରିସ, ଡାର୍ସି ବ୍ରାଉନ ।