ଭୁବନେଶ୍ୱର ୨୨/୦୪ : ଓଡିଶାରୁ ପଶ୍ଚିମବଙ୍ଗ ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ବିଭାଗ । ଏକ କାର୍ ସହ ୭୬ କେଜିର ଗଞ୍ଜେଇ ଜବତ । ଏହାସହ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଗଞ୍ଜେଇ ମାଫିଆକୁ ଗିରଫ କରାଯାଇଛି । ଖବର ଅନୁଯାୟୀ ବାଲେଶ୍ୱର ଜିଲ୍ଲା ୬୦ନ ଜାତୀୟ ରାଜପଥ ଦେଇ ଶନିବାର ସକାଳ ସମୟରେ ଓଡିଶାରୁ ପଶ୍ଚିମବଙ୍ଗ କାର୍ ଯୋଗେ ଗଞ୍ଜେଇ ଚୋରାଚାଲଣ ହେଉଥିଲା । ଜଳେଶ୍ୱର ଅବକାରୀ ସାଟଲାଇଟ ୟୁନିଟ କୌଣସି ସୂତ୍ରରୁ ଖବର ପାଇ ବାଇପାସ ନିକଟରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୭୬କେଜି ଗଞ୍ଜେଇ ସହିତ କାରକୁ ଜବତ କରିଛି । ଏହାସହ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ଗଂଜେଇ ମାଫିଆଙ୍କୁ ଗିରଫ କରିଛି ବିଭାଗ । ଗଞ୍ଜେଇ ମାଫିଆଙ୍କୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି ବିଭାଗ ।
