ଗ୍ରାହକଙ୍କ ପାଇଁ ଖୁସି ଖବର ଉଭୟ ସୁନା ଏବଂ ରୁପା ମୂଲ୍ୟ ହ୍ରାସ ପାଇଛି । ଗହଣା ନିର୍ମାତାଙ୍କ ନିକଟରେ ଚାହିଦାରେ ହ୍ରାସ ଯୋଗୁ ଆଜି ଘରୋଇ ବଜାରରେ ଉଭୟ ସୁନା ଏବଂ ରୁପା ମୂଲ୍ୟରେ ହ୍ରାସ ଘଟିଛି। ଫଳରେ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୩୯୦ ଟଙ୍କା ହ୍ରାସ ଘଟି ୩୧,୮୦୦ ଟଙ୍କାରେ ପହଞ୍ଚି ୩୨,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି।
ଠିକ ସେହିଭଳି ରୁପା ମୂଲ୍ୟରେ ମଧ୍ୟ ବୃହତ୍ ହ୍ରାସ ଘଟିଛି। କିଲୋ ପିଛା ୧,୦୫୦ ଟଙ୍କା ହ୍ରାସ ଘଟି ୪୧,୩୫୦ ଟଙ୍କା ହୋଇଛି। ଫଳରେ ଏହା ୪୨,୦୦୦ ଟଙ୍କା ସ୍ତର ତଳକୁ ଖସିଆସିଛି। ତେବେ ଆମେରିକା ଏବଂ ଚାଇନା ମଧ୍ୟରେ ଦେଖାଦେଇଥିବା ବାଣିଜ୍ୟ ଯୁଦ୍ଧ ଏହାର ଅନ୍ୟତମ କାରଣ । ତେବେ ଏହା ଏତେ ମାତ୍ରାରେ ଗ୍ରାହକଙ୍କ ଉପରେ ଫଳପ୍ରଦ ହେବ ନାହିଁ ବୋଲି ସାଧାରଣରେ ଚର୍ଚା ହେଉଛି ।
Prev Post
Next Post