ଗଣତନ୍ତ୍ର ଦିବସରେ ଉଡ଼ିବ ସୁନାରେ ତିଆରି ‘ଗୁଡ଼ି’

ନୂଆଦିଲ୍ଳୀ, ୧୩/୦୧: ମେରଠରେ ଆସନ୍ତା ଗଣତନ୍ତ୍ର ଦିବସକୁ ଖାସ୍‌ ଉପାୟରେ ପାଳନ କରିବା ପାଇଁ ପ୍ରସ୍ତୁତି ହୋଇଛି। ଏଠାରେ ଏକ ସ୍ବତନ୍ତ୍ର ଗୁଡ଼ି ଉଡ଼ାଯିବାର ଯୋଜନା କରାଯାଇଛି। ଏଥିରେ ବିଶେଷ ଗୁଡ଼ି ବିଷୟରେ ଜାଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ପ୍ରକୃତରେ ଏହି ଗୁଡ଼ିଟି ତିଆରି ହୋଇଛି ସୁନାରେ। ଗଣତନ୍ତ୍ର ଦିବସ ଅବସରେ ଉଡ଼ାଯିବାକୁ ଥିବା ଏହି ଗୁଡ଼ିର ଦାମ୍‌ ହେଉଛି ୨୧ ଲକ୍ଷ। ଏହି ଗୁଡ଼ି ଉଡ଼ାଇ ମେରଠରେ ଗଣତନ୍ତ୍ର ଦିବସର ଉତ୍ସବ ପାଳନ କରାଯିବ। ଆଉ ଏବେ ଏହି ବିଶେଷ ପ୍ରକାରର ଗୁଡ଼ିର ଦାମ୍ ଯେ କେହିବି ଶୁଣୁଛି ସେ ଆଶ୍ଚର୍ଯ୍ୟ ହେଉଛି।

ସୂଚନାଥାଉ ମେରଟର ଜଣେ ସୁନା ବ୍ୟବସାୟୀ ୨୧ ଲକ୍ଷର ଗୁଡ଼ି ତିଆରି କରିଛନ୍ତି। ଏହି ଗୁଡ଼ିକୁ ୭ ଜଣ କାରିଗରେ ୧୬ ଦିନରେ ପ୍ରସ୍ତୁତ କରିଛନ୍ତି। ଏହାର ବିଶେଷତ୍ବ ହେଉଛି ଯେ ଏହା ଉପରେ ସୁନାର ପରସ୍ତ ଦିଆଯାଇଛି। ଏହାର ଡୋର ଏବଂ ଚରଖା ମଧ୍ୟ ସୁନାରେ ତିଆରି ହୋଇଛି।

SBI_Festive_Digital Billboard