ନୂଆଦିଲ୍ଲୀ, ୧୫/୦୫ : ଉତ୍ତରପ୍ରଦେଶ ଗୋରଖପୁରରେ ଚାଞ୍ଚଲ୍ୟକର ଘଟଣା । ମ୍ୟାଗି ଖାଇବା ଯୋଗୁଁ ଗୋଟିଏ ପରିବାରର ୯ ଜଣ ଅସୁସ୍ଥ ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ସ୍ଥାନୀୟ ଜିଲ୍ଲା ହସପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଚିକିତ୍ସା ଚାଲିଛି । ପ୍ରାରମ୍ଭିକ ଯାଞ୍ଚରୁ ଫୁଡ୍ ପଏଜିଂ ବୋଲି ଜଣାପଡିଛି । ତେବେ ଡାକ୍ତରଙ୍କ କହିବାନୁଯାୟୀ, ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ଗୋରଖପୁରର ମଲାଓଁରେ ଥିବା ଏକ ପରିବାରର ୯ ମ୍ୟାଗି ଏବଂ ତରଭୁଜ ଖାଇବା ପରେ ଅସୁସ୍ଥ ହୋଇପଡିଥିଲେ । ଏମାନେ ଦ୍ବିପ୍ରହରରେ ମ୍ୟାଗି ଏବଂ ତରଭୁଜ ଖାଇବା ପରେ ହଠାତ୍ ଅସୁସ୍ଥ ହୋଇଯାଇଥିଲେ । ପରିବାର ଲୋକ ଗାଁରେ ଥିବା ଏକ ମେଡିକାଲ ଷ୍ଟୋରରୁ ଔଷଧ ନେଇ ଖାଇଥିଲେ । କିନ୍ତୁ ଆରାମ ନ ଲାଗିବାରୁ ସମସ୍ତେ ଗୋରଖପୁର ଜିଲ୍ଲା ହସପିଟାଲରେ ଆଡମିଟ୍ ହୋଇଥିଲେ । ସେଠାରେ ସମସ୍ତଙ୍କର ଚିକିତ୍ସା ହେବା ପରେ ସୁସ୍ଥ ଥିବା ଜଣାପଡିଛି । ପ୍ରଥମେ ତରଭୁଜ ଖାଇବା ପରେ ମ୍ୟାଗି କରି ଖାଇଥିଲେ । ଘର ନିକଟରେ ଥିବା ଏକ ଦୋକାନରୁ ମ୍ୟାଗି ଆଣିଥିଲେ । କେହି ବି ମ୍ୟାଗିର ଏକ୍ସପାରୀ ତାରିଖ ଦେଖିନଥିଲେ । ତରଭୁନ ଖାଇବା ପରେ ମ୍ୟାଗି ଖାଇଥିଲେ, ଏହାପରେ ସମସ୍ତଙ୍କର ଫୁଡ ପଏଜିଂ ହୋଇଥିଲା । ସମସ୍ତେ ଅସୁସ୍ଥ ହୋଇ ଝାଡାବାନ୍ତି ଏବଂ ଜ୍ବରରେ ପଡିଥିଲେ । ସମସ୍ତଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା ଚାଲିଛି । ସେମାନଙ୍କ ଅବସ୍ଥା ସ୍ଥିର ରହିଛି । ଡାକ୍ତର ପ୍ରାରମ୍ଭିକ ଯାଞ୍ଚରୁ ଫୁଡ୍ ପଏଜିଂ ବୋଲି କହୁଛନ୍ତି ।