ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ୭ ଦିନ ରାଷ୍ଟ୍ରୀୟ ଶୋକ ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୩୧/୮ : ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଭାରତ ସରକାର ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଦିବଂଗତ ମୁଖାର୍ଜୀଙ୍କ ସମ୍ମାନାର୍ଥେ ୭ ଦିନିଆ ‌(୩୧. ୮. ୨୦୨୦ରୁ ୦୬. ୦୯. ୨୦୨୦ ) ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ଦେଶର ସବୁ ସରକାରୀ ଓ ଘରୋଇ ଅନୁଷ୍ଠାନରେ ଜାତୀୟ ପତାକା ଅର୍ଦ୍ଧନମିତ ରଖାଯିବା ସହ ସମସ୍ତ ସରକାରୀ ଉତ୍ସବ ଓ କାର୍ଯ୍ୟକ୍ରମ ବନ୍ଦ ରହିବ। ପ୍ରଣବ ଗତ ଅଗଷ୍ଟ ୧୦ ତାରିଖ ଦିନ ଦିଲ୍ଲୀ କ୍ୟାଣ୍ଟନମେଣ୍ଟସ୍ଥିତ ଆର୍ମି ରିସର୍ଚ୍ଚ ଏଣ୍ଡ ରେଫରାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କ ମସ୍ତିଷ୍କରେ ଜମାଟ ରକ୍ତ ଅସ୍ତ୍ରୋପଚାର କରାଯାଇଥିଲା।

ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀରେ ରଖି ଚିକିତ୍ସା କରାଯାଉଥିବା ବେଳେ ସେ ଗଭୀର କୋମାକୁ ଚାଲିଯାଇଥିଲେ। ଏଥିରେ ତାଙ୍କର ଫୁସଫୁସ ମଧ୍ୟ ସଂକ୍ରମିତ ହୋଇଥିବାର ଜଣାପଡିଥିଲା। ଏକ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍‌ ତାଙ୍କର ଚିକିତ୍ସା କରୁଥିବା ବେଳେ ସୋମବାର ଅପରାହ୍ନ ୫ଟା ୪୫ ମିନିଟ୍‌ରେ ତାଙ୍କ ପୁତ୍ର ଟ୍ୱିଟରରେ ପ୍ରଣଙ୍କ ପରଲୋକ ହୋଇଥିବାର ଦେଶକୁ ସୂଚନା ଦେଇଥିଲେ।

SBI AD