ସରକାରୀ ନଳକୂପରେ ତାଲା, ଥାନାରେ ଅଭିଯୋଗ

କେନ୍ଦ୍ରାପଡା,୩/୫ : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅର୍ଗଳ ପଂଚାୟତ ୧୩ ନମ୍ବର ୱାର୍ଡରେ ଥିବା ଗୋଟିଏ ସରକାରୀ ନଳକୂପ ରେ ସେହି ୱାର୍ଡର ପ୍ରଭାବଶାଳୀ ତିନି ପରିବାର ମହାବିଷୁବ ପଣସଂକ୍ରାନ୍ତି ଠାରୁ ତାଲା ପକାଇଦେଇଛନ୍ତି l ଯାହାଫଳରେ ଦୀର୍ଘ ୨ ସପ୍ତାହରୁ ଅଧିକ ଦିନ ହେବ ୱାର୍ଡର ସମସ୍ତ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଗ୍ରୀଷ୍ମ ପ୍ରବାହ ହେତୁ ପ୍ରଶାସନ ଜଳାଭବ ଦୂରୀକରଣ ପାଇଁ ଜଳଛତ୍ରର ବ୍ୟବସ୍ଥା କରୁଥିବା ସ୍ଥଳେ ସମ୍ପୃକ୍ତ ପଂଚାୟତ କର୍ତ୍ତୃପକ୍ଷ ନଳକୂପ ତାଲାବନ୍ଦ ଭଳି ସମ୍ବେଦନଶୀଳ ଘଟଣା ପ୍ରତି ଧ୍ୟାନ ଦେଇନାହାନ୍ତି l ଜଳାଭାବ ସମସ୍ୟା ଉତ୍କଟ ହେବାରୁ ୱାର୍ଡର ସମସ୍ତ ପରିବାର ଏହି ଅମାନବୀୟ ଘଟଣା ବିଷୟରେ ଥାନାରେ ୩ ପରିବାର ବିରୁଦ୍ଧରେ ଅଭିଯୋଗ କରିଛନ୍ତି l କlହlସାହସରେ କେଉଁ ପରିସ୍ଥିତିରେ ୩ ପରିବାର ଲୋକେ ଏକ ସରକାରୀ ନଳକୂପରେ ତାଲାପକାଇ ବନ୍ଦ ରଖିବା ଘଟଣା ନେଇ ସାଧାରଣରେ ସନ୍ଦେହ ଉପୁଜିଛି l ଆଗାମୀ ଦିନରେ ଦେଖିବାକୁ ବାକିରହିଲା କେବେ ଆଳି ପ୍ରଶାସନ ଏହି ଘଟଣା ବିଷୟରେ କି ପ୍ରକାର ପଦକ୍ଷେପ ନେଉଛି l