ଟିଟିଲାଗଡ : ପୁଣି ଆଉଜଣେ ସରକାରୀ ବାବୁ ଭିଜିଲାନ୍ସ ଜାଲରେ । ଟିଟିଲାଗଡ ୱେରହାଉସର ପୂବର୍ତନ ଅଧକ୍ଷକ ଗଣପତି ପୁରୋହିତ ଏବେ ଭିଜିଲାନ୍ସ ଜାଲରେ । ଆର୍ୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ଚାରୋଟି ଜାଗାରେ ଚଢାଉ କରିଛି। ଚଢଉରେ ବଲାଙ୍ଗୀର, ସୋନପୁର, ବରଗଡ଼ ଏବଂ ସମ୍ୱଲପୁରର ଭିଜିଲାନ୍ସ ଟିମ ସାମିଲ ହୋଇଛନ୍ତି। ବଲାଙ୍ଗୀର ସହର ପ୍ୟାଲେସ ଲାଇନ ଠାରେ ଥିବା ଘର, ନୂଆ ଭାବରେ ତିଆରି ହୋଇଥିବା ଦୁଇଟି ଘର ଏବଂ ତାଙ୍କ ସ୍ତ୍ରୀଙ୍କ ଅଫିସରେ ଚଢଉ ଜାରି ରହିଛି। ତାଙ୍କ ଘର ବ୍ୟାଙ୍କ ଆକାଉଣ୍ଟ, ସ୍ଥାବର ଅସ୍ଥାବର ସଂପତ୍ତିକୁ ନେଇ ଅକଳନ କରୁଛି ଭିଜିଲାନ୍ସ ବିଭାଗ। ଚଢଉ ପରେ ସବିଶେଷ ତଥ୍ୟ ଜଣାପଡ଼ିବ।