ନୂଆଦିଲ୍ଲୀ: ଦରଦାମ ବଢୁଥିବା ବେଳେ ପୁଣି ଲୋକଙ୍କୁ ଲାଗିବାକୁ ଯାଉଛି ବଡ ଝଟକା । ଜୁଲାଇ ୧୮ରୁ ଆପଣଙ୍କୁ ଅନେକ ଦୈନନ୍ଦିନ ଜିନିଷ ପାଇଁ ଅଧିକ ଦେୟ ଦେବାକୁ ପଡିବ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜିଏସଟି କାଉନସିଲ ବୈଠକରେ ଏକ ବଡ଼ ଘୋଷଣା କରିଛନ୍ତି । ଆସନ୍ତା ୧୮ ତାରିଖ ପରେ ଅନେକ ସାମଗ୍ରୀ ମହଙ୍ଗା ହୋଇଯିବ । ଆଉ କିଛି ସାମଗ୍ରୀ ପୂର୍ବାପେକ୍ଷା ଶସ୍ତା ଦରରେ ମିଳିବ । ବର୍ତ୍ତମାନ ମହଙ୍ଗା ମାଡ଼ ଚାଲିଥିବା ବେଳେ ଆପଣଙ୍କୁ ପୁଣି ଝଟକା ଲାଗିବ । କିଛି ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ଆପଣଙ୍କୁ ଅଧିକ ଅର୍ଥ ଦେବାକୁ ପଡ଼ିବ । କିଛି ନୂଆ ଉତ୍ପାଦ, ଦ୍ରବ୍ୟ ଓ ସେବା ଉପରେ ଜିଏସଟି ଦର ବୃଦ୍ଧି ହେବାକୁ ଯାଉଛି ।
ପନିର, ଲସି, ବଟରମିଲ୍କ, ପ୍ୟାକେଜଡ ଦହି, ଗହମ ଅଟା, ଅନ୍ୟାନ୍ୟ ଶସ୍ୟ, ମହୁ, ପାପଡ, ଖାଦ୍ୟ ଶସ୍ୟ, ମାଂସ ଏବଂ ମାଛ , ପଫ୍ ଚାଉଳ ଏବଂ ଗୁଣ୍ଡ ସହିତ ପ୍ରି-ପ୍ୟାକେଜ୍ ଲେବଲ୍ ସହିତ କୃଷିଜାତ ଦ୍ରବ୍ୟ ଜୁଲାଇ ୧୮ରୁ ମହଙ୍ଗା ହେବ | ଅର୍ଥାତ୍ ଏଗୁଡିକ ଉପରେ ଟିକସ ବୃଦ୍ଧି କରାଯିବ । ବର୍ତ୍ତମାନ ବ୍ରାଣ୍ଡେଡ ଓ ପ୍ୟାକେଜଡ ଖାଦ୍ୟ ପଦାର୍ଥ ଉପରେ ୫ ପ୍ରତିଶତ ଜିଏସଟି ଲାଗୁ ହେଉଛି ।
ଟେଟ୍ରା ପ୍ୟାକ ଦହି, ଲସି, ବଟର ମିଲ୍କ ଉପରେ ୫ ପ୍ରତିଶତ ଜିଏସଟି, ଚେକ୍ ବୁକ ଜାରି କରିବା ପାଇଁ ୧୮ ପ୍ରତିଶତ, ହସ୍ପିଟାଲରେ ୫ ହଜାରରୁ ଅଧିକ ଭଡ଼ା ବିଶିଷ୍ଟ ରୁମ୍ ପାଇଁ ୫ ପ୍ରତିଶତ, ଆଟଲାସ ସହିତ ମ୍ୟାପ ଓ ଚାର୍ଜ ଉପରେ ୧୨ ପ୍ରତିଶତ, ହଜାରେ ଟଙ୍କାରେ କମ୍ ଭଡ଼ା ବିଶିଷ୍ଟ ରୁମ୍ ଉପରେ ୧୨ ପ୍ରତିଶତ, ଏଲଇଡି ଲାଇଟସ, ଏଲଇଡି ଲ୍ୟାମ୍ପ ଉପରେ ୧୮ ପ୍ରତିଶତ, ବ୍ଲେଡ, ପେପର କଇଁଚୀ, ପେନସିଲ ଶାର୍ପନର, ଚାମଚ, କଣ୍ଟାଯୁକ୍ତ ଚାମଚ, ସ୍କମର୍ସ ଓ କେକ-ସର୍ବର୍ସରେ ୧୮ ପ୍ରତିଶତ ଜିଏସଟି ଲାଗିବ ।
ସ୍ପିଣ୍ଟର୍ସ ଓ ଅନ୍ୟ ଫ୍ରାକଚର ଉପକରଣ, ଶରୀରର କୃତ୍ରିମ ଅଙ୍ଗ, ବଡି ଇପ୍ଲାଣ୍ଟସ, ଇନଷ୍ଟ୍ରା ଅକ୍ୟୁଲର ଲେନ୍ସ ଉପରେ ଜିଏସଟି ୧୨ରୁ ୫ ପ୍ରତିଶତକୁ ହ୍ରାସ ପାଇଛି । ରୋପୱେରେ ଯାତ୍ରୀ ଓ ସାମାନ ନେବାରେ ଜିଏସଟି ୫ ପ୍ରତିଶତ, ଇନ୍ଧନ ମାମଲାରେ ଢଳାଇ କରୁଥିବା ଅପରେଟରଙ୍କ ଭଡ଼ା କ୍ଷେତ୍ରରେ ଜିଏସଟି ୫ ପ୍ରତିଶତ, ଡିଫେନ୍ସ ଫୋରସେଜ ଆମଦାନୀ ପାଇଁ କିଛି ବସ୍ତୁରେ ଆଜିଏସଟି ଲାଗୁ ହେବ ନାହିଁ । ପ୍ରତିରକ୍ଷା ବାହିନୀ ପାଇଁ ଆମଦାନୀ ହୋଇଥିବା କିଛି ଆଇଟମ୍ ଉପରେ IGST ପ୍ରଯୁଜ୍ୟ ହେବ ନାହିଁ ।