ନୂଆଦିଲ୍ଲୀ, ୧୭/୧୦ : ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂଆ କ୍ୟାବିନେଟ ଗଠନ ହୋଇଛି । ନୂଆ କ୍ୟାବିନେଟ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ଗାନ୍ଧିନଗରର ମହାତ୍ମା ମନ୍ଦିରରେ ହୋଇଛି । ନୂଆ ମନ୍ତ୍ରିମଣ୍ଡଳ ପୁନର୍ଗଠନ ହୋଇଛି । ହର୍ଷ ସାଙ୍ଘଭୀ ଉପ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଦେଇଛନ୍ତି । ନୂଆ ମନ୍ତ୍ରୀମଣ୍ଡଳରେ ଜିତେନ୍ଦ୍ର ବାଘାନୀ ଏବଂ ଅର୍ଜୁନ ମୋଢ଼ୱାଡିୟା ଗୁଜରାଟର କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଜାମନଗର ଉତ୍ତରରୁ ବିଧାୟିକା ରୀବାବା ଜାଡେଜା ଶପଥ ନେଇଛନ୍ତି । ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରୀବାବା ଜାଡେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଘଭୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ରହିଛନ୍ତି । ଗୁଜରାଟର ୯ ପୁରୁଣା ମନ୍ତ୍ରୀଙ୍କୁ ହଟାଯାଇଛି, ସେହିପରି ୬ ପୁରୁଣା ଚେହେରାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।
