ଭୁବନେଶ୍ୱର, ୧୧/୦୪ : ଆଜିଠୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା । ଆଜି କଟକର ବାଲିଯାତ୍ରା ପଡ଼ିଆରେ ‘ଆୟୁଷ୍ମାନ’ ଯୋଜନାର ଶୁଭାରମ୍ଭ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ୱିନୀ ବୈଷ୍ଣବ , ଦୁଇ ଉପ ମୁଖ୍ୟମନ୍ତ୍ରୀ, କଟକ ଜିଲ୍ଲାର ସାଂସଦ ଏବଂ ବିଧାୟକମାନେ ପ୍ରମୁଖ ଯୋଗ ଦେବେ ବୋଲି ସୂଚନା ମିଳିଛି । ଆଜିଠୁ ଏହି ଯୋଜନା ଓଡ଼ିଶାରେ ଲାଗୁ କରାଯିବ। ଆୟୁଷ୍ମାନ କାର୍ଡଧାରୀମାନେ ମାଗଣାରେ ଚିକିତ୍ସା ପାଇପାରିବେ । ଏହା ଓଡ଼ିଶାବାସୀଙ୍କ ପାଇଁ ଏକ ଖୁସିର ଖବର । ଏହି ଯୋଜନାରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାରକୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଏହି ଯୋଜନା ମାଧ୍ୟମରେ ଦେଶର ୨୯ ହଜାରରୁ ଅଧିକ ମେଡ଼ିକାଲରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ । ଏହି କାର୍ଡର ହିତାଧିକାରୀମାନେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ । ଚିକିତ୍ସା ଓ ଅର୍ଥ ଅଭାବରୁ ଯେମିତି କେହି ମୃତ୍ୟୁ ବରଣ ନ କରନ୍ତି ତାହା ପ୍ରତି ଦୃଷ୍ଟି ଦେଇ ଏହି ଯୋଜନା ରାଜ୍ୟରେ ଲାଗୁ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହା ମାଧ୍ୟମରେ ଜଣେ ଆର୍ଥିକ ଅନଗ୍ରସର ଲୋକେ ମାଗଣା ସ୍ବାସ୍ଥ୍ୟ ସେବାର ଲାଭ ପାଇପାରିବେ ।