ମୁମ୍ବାଇ: ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନ୍ନାଙ୍କ ପରେ ଅଭିନେତା ସୁନୀଲ ସେଟ୍ଟୀ ମଧ୍ୟ କୋଭିଡ ରୋଗୀଙ୍କୁ ମାଗଣାରେ ଅକ୍ସିଜେନ୍ ଯୋଗାଇବା ଅଭିଯାନ୍ରେ ସାମିଲ୍ ହୋଇଛନ୍ତି। ଏନେଇ ଟ୍ୱିଟ୍ କରି ଘୋଷଣା କରିଛନ୍ତି ସୁନୀଲ। ସେଇ ମେସେଜ୍କୁ ଶେୟାର କରି ଲୋକଙ୍କ ପାଖରେ ପହଞ୍ଚାଇବାକୁ ଅନୁରୋଧ କରିଛନ୍ତି। ଯାହା ଫଳରେ ସେ ଅଧିକରୁ ଅଧିକ ଲୋକଙ୍କୁ ସାହାଯ୍ୟ କରିପାରିବେ।
ଏନେଇ ଟ୍ୱିଟ୍ କରି ସୁନୀଲ ଲେଖିଛନ୍ତି ” ଆମେ ବର୍ତ୍ତମାନ ପରୀକ୍ଷାର ସମୟ ଦେଇ ଗତି କରୁଛେ। କିନ୍ତୁ ଆମ ଲୋକଙ୍କମାନଙ୍କର ପରସ୍ପର ପରସ୍ପରକୁ ସହଯୋଗ ମନବୃତ୍ତି ଦେଖି ଏକ ଆଶା ସଞ୍ଚାର ହେଉଛି। #KVNFoundation ର ମାଗଣା ଅକ୍ସିଜେନ୍ ଯୋଗାଇବା ଅଭିଯାନ ଫିଡ୍ ମାଇ ସିଟି୧ ସହିତ ଯୋଡ଼ି ହୋଇ ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି। ” ତା ସହିତ ଏହେ ସେବାକୁ ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚାଇବାକୁ ସୂଚନାକୁ ପ୍ରସାର କରିବାକୁ ଟ୍ୱିଟ୍ କରିଛନ୍ତି ସୁନୀଲ।