ଆଜିର ରାଶିଫଳ – ୧୨ ଜୁନ୍ ୨୦୧୮ (ମଙ୍ଗଳବାର)

0

ମେଷ:–ନିର୍ମାଣ ମୂଳକ ଯୋଜନାରେ ଆଗେଇବେ। କର୍ମରେ ସନ୍ତୋଷ, ମାନସିକ ଦୁଶ୍ଚିନ୍ତାଦୂରହେବ। ପୁରାତନ ରୋଗର ପ୍ରକୋପ ହ୍ରାସ ହେଲେମଧ୍ୟ ଉଦରପୀଡ଼ା ଦେଖାଦେବ। ପରିବାରରେ ବ୍ୟୟ ବୃଦ୍ଧି ହେବ କିନ୍ତୁ ଆଶା କରିଥିବା ଧନ ପ୍ରାପ୍ତିହେବ। ବ୍ୟବସାୟରେଲାଭ। ଜାଗା, ଜମି, ଗୃହପୋକରଣ କ୍ରୟ କରିବେ। ପ୍ରତିକାର: ସନ୍ତୋଷୀ ମା’ଙ୍କ ପାଖରେ ଭୋଗ ଲଗାଇ ବାଣ୍ଟି ଦେବେ।

ବୃଷ:–ମାନସିକବିଷାଦ ଦୂରହେବ, ଦାମ୍ପତ୍ୟକଳହର ଅବସାନ ହେବ। ବକେୟା ଅର୍ଥ କିଛି ମିଳିବ। ମାନସିକଶାନ୍ତି ଓ ସ୍ୱାସ୍ଥ୍ୟରେ ଉନ୍ନତି ପରିଲିକ୍ଷିତ ହେବ। ପାରିବାରିକକ୍ଷେତ୍ରରେ ସ୍ନେହସଦ୍ଭାବର ବୃଦ୍ଧିହେବ। ସନ୍ତାନସନ୍ତତିଙ୍କ ମର୍ଜି ରକ୍ଷାକରି ଶାନ୍ତିଶୃଙ୍ଖଳାରୁ ଦୂରେଇ ଯିବେ। ଆୟ ଉପାର୍ଜ୍ଜନର ବୃଦ୍ଧି, କର୍ମ ଓ ବ୍ୟବସାୟରେ ଉନ୍ନତି ହେବ। ପ୍ରତିକାର:-ଗାଈକୁ କିଛି ଖୁଆନ୍ତୁ।

ମିଥୁନ:–ପରିବାରରେ ସୁସ୍ଥ ବାତାବରଣ ଜାରିରହିବ। ପରସ୍ପରକୁ ସାହାଯ୍ୟ ସହଯୋଗ କରି, ଗଠନମୂଳକ କାର୍ଯ୍ୟ ହାତକୁ ନେବେ। ଦୂରଯାତ୍ରାର ସୁଯୋଗ ପାଇବେ। ଆୟ ଉପାର୍ଜନରେ ବାଧାନାହିଁ। ଅସନ୍ତୋଷ, ଭ୍ରମଣକାଳରେ କ୍ଲେଶ, ସହକର୍ମୀଙ୍କ ସହ ବିବାଦ ଦେଖାଦେବ। ଶର୍ଦ୍ଦି ଓ ପିତ୍ତଦୋଷ ସାଙ୍ଗକୁ ଗୁହ୍ୟରୋଗ ସୃଷ୍ଟିହେବ। ବ୍ୟବସାୟରେ ଆଶାତୀତ ଲାଭମିଳିବ ନାହିଁ।ପ୍ରତିକାର:- କୁକୁରକୁ ଖାଦ୍ୟଦିଅନ୍ତୁ ।

କର୍କଟ:–କରଜରମାତ୍ରା ହ୍ରାସ ପାଇବ। ସାମାଜିକ କଲ୍ୟାଣ ଓ ଜୀବନସ୍ତର ପରିବର୍ତ୍ତନର ଉଦ୍ୟମ କରିବେ। ମାନସମ୍ମାନ ବୃଦ୍ଧିହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଅର୍ଥ ସମ୍ପର୍କିତ ଚୁକ୍ତିପତ୍ର କଲେ ଲାଭବାନ୍ ହେବେ। ଦୂରଯାତ୍ରାର ସୁଯୋଗ ପାଇବେ। ବୃତ୍ତିଗତ ଦୃଷ୍ଟିରୁ ଅତ୍ୟନ୍ତ ଶୁଭ। ପାରିବାରିକକ୍ଷେତ୍ରରେ ସ୍ୱାର୍ଥ ପ୍ରବୃତ୍ତିର ଶୀକାର ହୋଇ ସମ୍ପର୍କର ମଧୁରସ୍ୱାଦପାଇବେ। ଆୟରସ୍ରୋତ ବୃଦ୍ଧିହେବ। ପ୍ରତିକାର:- ପଙ୍ଗୁ ଭିକାରୀଙ୍କୁ ଖାଦ୍ୟ ଦିଅନ୍ତୁ।

ସିଂହ:–ମନର ଅଶାନ୍ତି ଅସନ୍ତୋଷ ଦୂରହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ପାରିବେ। ପାରିବାରିକକ୍ଷେତ୍ରରେ ବୁଝାମଣା ଠିକ୍ ରହିବ। ଧୈର୍ଯ୍ୟ ଓ ସହନଶୀଳତା ଯୋଗେ ଯଶ ମିଳିବ। ସାମାଜିକ ପତିଆରା ଅମଳିନ ରହିବ। ଆୟଉପାର୍ଜନ ବୃଦ୍ଧିହେବ। କର୍ମ ଓ ବ୍ୟବସାୟରେ ଅଚାନକ ଧନପ୍ରାପ୍ତି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ଦୂରଯାତ୍ରାରେ ସଫଳ ହେବେ। ପ୍ରତିକାର:- ଷଣ୍ଢକୁ ଗୁଡ଼ ରୁଟି ଖୁଆନ୍ତୁ।

କନ୍ୟା:–ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହେବ। ପିଲାମାନଙ୍କ କାର୍ଯ୍ୟ ପ୍ରତି ଦୃଷ୍ଟି ରଖିବା ଉଚିତ୍। ପୁରାତନ ରୋଗର ଉପଶମ ହୋଇଯିବ। ପରିବାରଜନଙ୍କ ସହ ନିଜ ବାହନରେ କୌଣସି ଜାଗାକୁ ଯାତ୍ରା କରନ୍ତୁ ନାହିଁ। ଦୂରଯାତ୍ରା କଷ୍ଟକର ହେବ। ଆୟ ଉପାର୍ଜନ କ୍ଷେତ୍ରପ୍ରତି ସଙ୍କଟ ସୃଷ୍ଟିହେବ। ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିପଦରେ ପକାଇବ। ପାରିବାରିକକ୍ଷେତ୍ରରେ ଅସନ୍ତୋଷ ଦେଖାଦେବ। ମାନସିକ ଚାପବୃଦ୍ଧି ଓ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହେବ। ପ୍ରତିକାର:- ଆରାଧ୍ୟାଦେବୀଙ୍କୁ ଭୋଗଲଗେଇ ବାଣ୍ଟିଦେବେ।

ତୁଳା:–ଶାନ୍ତିଶୃଙ୍ଖଳାର ଅଭାବ। ଉଚ୍ଚାଧିକାରି ଓ ସହକର୍ମୀମାନେ କର୍ମକ୍ଷେତ୍ରରେ ଅସହଯୋଗ କରିବେ। ବ୍ୟବସାୟରେ ଲାଭ ମିଳିବ, ଦୂରଯାତ୍ରାରେ କ୍ଳେଶ ଓ କାର୍ଯ୍ୟ ଅପୂରଣ ରହିବ। ଆୟ ଅପରିବର୍ତ୍ତିତ ରହିଲେ ମଧ୍ୟ ବ୍ୟୟ ବୃଦ୍ଧିପାଇବ। ଶରୀର ଭଲ ରହିବନାହିଁ। ଉଦରପୀଡ଼ା, ରକ୍ତଚାପ ଓ ପୁରାତନରୋଗର ପ୍ରଭାବ ବୃଦ୍ଧିପାଇବ। ମନକୁଆଘାତ ଲାଗିଲାପରି କଥା ଶୁଣିବେ। ପାରିବାରିକକ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦେଖାଦେବ। ନିଜଲୋକଙ୍କ ଶତ୍ରୁତା ଫଳରେ ମନରେ କ୍ଷୋଭ ଓ ହତାଶଭାବ ଦେଖାଦେବ। ପ୍ରତିକାର:- ବିଷ୍ଣୁମନ୍ଦିରରେ ଭୋଗଲଗେଇ ବାଣ୍ଟିଦେବେ।

ବିଛା:–ଆୟରସ୍ରୋତ ଖୋଲିଯିବ ଓ ଆୟବୃଦ୍ଧିପାଇବ। ପୁରାତନ ରୋଗର ଉପଶମ ହୋଇଯିବ। ପାରିବାରିକକ୍ଷେତ୍ରରେ କର୍ମକ୍ଷେତ୍ରରେ ଜବରଦସ୍ତି ଉନ୍ନତି ଓ ନ୍ୟାୟ ମିଳିବ। ପଦୋନ୍ନତି ସହ ନୂତନକର୍ମପ୍ରାପ୍ତି ହେବ। ପରିବାରର ସମସ୍ୟା ସମାଧାନ ହୋଇଯିବ। ପୁଞ୍ଜିଲଗାଣ, ଉଦ୍ୟୋଗ, ଧନ ଆଦାନ ପ୍ରଦାନରେ ଲାଭବାନ୍ ହେବେ। ବ୍ୟବସାୟିକ ସଫଳତା ମିଳିବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ବିଜୟୀ ହେବେ। ପ୍ରତିକାର:- ଈଶ୍ୱର ପ୍ରାର୍ଥନା ଓ ଧ୍ୟାନ ଦ୍ୱାରା ଶାନ୍ତି ମିଳିବ।

ଧନୁ:–ନୂତନବ୍ୟବସାୟ ଆରମ୍ଭ, ବ୍ୟବସାୟ ବିସ୍ତାର କଲେ ଆଶାତିତ ଲାଭବାନ୍ ହେବେ। ସାମାଜିକ ସ୍ତରରେ ଖ୍ୟାତି ହେବ। ଜମିଜମା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପାଦନ ହୋଇଯିବ। ମାନସିକଚାପ ବୃଦ୍ଧି ଓ ସ୍ୱାସ୍ଥ୍ୟରେ ଉନ୍ନତୀ ଘଟିବ। ବନ୍ଧୁମିତ୍ରଙ୍କ ସହ ହସଖୁସିର ବାତାବରଣ ସୃଷ୍ଟି ହେବ। ବାଦବିବାଦ, ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳ ହେବେ। ପ୍ରତିକାର:- ଭିକାରୀକୁ ନିରାଶ କରିବେ ନାହିଁ ।

ମକର:–ବିନାପରିଶ୍ରମରେ ଧନପ୍ରାପ୍ତି ହେବ। ଅନ୍ୟର ଉପକାର କରି ପ୍ରଶଂସିତ ହେବେ। ବ୍ୟବସାୟରେ ନୂତନଧାରା ଖୋଲିବେ। ଧର୍ମକାର୍ଯ୍ୟରେ ମତି ରହିବ। ପ୍ରସିଦ୍ଧି, ସାମାଜିକସ୍ଥିତି, ମାନସମ୍ମାନ ଓ ବ୍ୟବସାୟ କ୍ଷେତ୍ରରେ କଠିନ ପରିଶ୍ରମ କରିବେ। ଜାଗା, ଜମି ଓ ଅନ୍ୟ ବ୍ୟବସାୟକ୍ଷେତ୍ରରେ ଅନେକଦିନ ଧରି ଚାଲିଥିବା ଦ୍ୱନ୍ଦ୍ୱର ସମାଧାନ ହେବ। ଭାଇ, ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ସହିତ ମତଭେଦ ସମାପ୍ତହେବ । ସାମାଜିକ ପ୍ରତିଷ୍ଠା ଓ ଆତ୍ମବିଶ୍ୱାସ ବୃଦ୍ଧିପାଇବ। ପ୍ରତିକାର- କ୍ଷୀରଗୁଡ଼ ପଣାକରି ବରଗଛ ମୂଳରେ ଢ଼ାଳନ୍ତୁ।

କୁମ୍ଭ:–ବ୍ୟବସାୟିକ ସଫଳତାରେ ବାଧା ଉପୁଯିବ। ବିବାଦୀୟ ଓ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେବେ। ପାରିବାରିକକ୍ଷେତ୍ରରେ ଭୂଲବୁଝାମଣା ଘଟି ଅଶାନ୍ତି ବାତାବରଣ ସୃଷ୍ଟିହେବ। ସନ୍ତାନସନ୍ତତି ପୀଡ଼ିତ ହେବାରୁ ମାନସିକଚିନ୍ତା ବୃଦ୍ଧିପାଇବ। ଅନିଶ୍ଚିତ ଆୟ ତୁଳାନାରେ ବ୍ୟୟରମାତ୍ରା ବୃଦ୍ଧିହେବ। ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମାରେ ବିଜୟୀ ହେବେ। ସ୍ୱାସ୍ଥ୍ୟରେଉନ୍ନତି, ମନଉତ୍ତେଜିତ ଫଳରେ ମାନସିକ ଏକାଗ୍ରତା ଭଙ୍ଗ ହେବ। ଆର୍ଥିକ ଦିଗରୁ ସୁବିଧା ହେଲେ ମଧ୍ୟ ପୈତୃକ ସମ୍ପତ୍ତି ନେଇ ପାରିବାରିକଦ୍ୱନ୍ଦ ଦେଖାଦେବ। ପ୍ରତିକାର- ହଳଦୀ ଚନ୍ଦନ ମୁଣ୍ଡରେ ଲଗାନ୍ତୁ ।

ମୀନ:–ଶତୃମାନେ ମିତ୍ରଭାବ ଆଚରଣ କରିବେ। ପିଲାମାନଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ। ବାଦବିବାଦ,ପରୀକ୍ଷା ପ୍ରତିଯୋଗିତା, ମାଲିମୋକଦ୍ଦମା ଓ ସାକ୍ଷାତ୍କାରରେ ସଫଳହେବେ। ଦାମ୍ପତ୍ୟସୁଖ କର୍ମମୁଖରତା ଯୋଗେ ନଷ୍ଟ ହେବ। ଆର୍ଥିକସ୍ଥିତି ସନ୍ତୋଷପ୍ରଦ ହେବ। ପରିବାରଜନଙ୍କ ଉନ୍ନତିରେ ଆନନ୍ଦିତ ହେବେ। ପାରିବାରିକ ଜୀବନ ସୁଖମୟ ହେବ। ବ୍ୟବସାୟରେ ସଫଳତା ଅର୍ଜନ ତଥା ଦୂରଯାତ୍ରାର ସୁଯୋଗ ପାଇବେ। ଧାର୍ମିକ କାର୍ଯ୍ୟ କ୍ଷେତ୍ରରେ ଅଂଶ ଗ୍ରହଣ କରିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ପ୍ରତିକାର:- ଗାଈକୁ ପନିପରିବା ଖୁଆନ୍ତୁ।

Leave A Reply

Your email address will not be published.