ଗୌହାଟୀ, ୧୨/୧୧ : ଭାରତୀୟ ସେନାକୁ ବଡ ସଫଳତା ମିଳିଛି । ସେନା ସମ୍ମୁଖରେ ଆତଙ୍କବାଦୀ ସଂଗଠନ ‘ଉଲ୍ଫା’ର ୫ ସଦସ୍ୟ ଆତ୍ମସମର୍ପଣ କରିବା ସହିତ ସେମାନଙ୍କ ଠାରୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।
ସୂଚନା ଅନୁସାରେ ମେଘାଳୟ-ଆସାମ-ବାଂଲାଦେଶ ସୀମାରେ ଆତଙ୍କବାଦୀ ସଂଗଠନ ‘ଉଲ୍ଫା’ର ସଦସ୍ୟମାନେ ଚଳପ୍ରଚଳ କରୁଥିବା ନେଇ ଭାରତୀୟ ସେନାର ଗୁଇନ୍ଦା ସଂସ୍ଥାକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଏହି ଆଧାରରେ ସୁରକ୍ଷା ସଂସ୍ଥାର ଅଧିକାରୀ ଓ କର୍ମଚାରୀମାନେ ବାଂଲାଦେଶ ସୀମାରେ ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ କୁଖ୍ୟାତ ଉଲ୍ଫା ନେତା ଏସ୍ଏସ୍ ଦୃଷ୍ଟି ରାଜଖୋୱା ଓ ତାର ଅନ୍ୟ ୪ ଜଣ ସହଯୋଗୀ ଧରାପଡ଼ିଥିଲେ । କିନ୍ତୁ ଏହି ୫ ଜଣ କୌଣସି କ୍ଷତି କରିବା ପୂର୍ବରୁ ସୁରକ୍ଷା ସଂସ୍ଥା ଆଗରେ ଆତ୍ମସମର୍ପଣ କରିଥିଲେ । ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି ।