ନୂଆଦିଲ୍ଲୀ,୨/୬: ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ଏବଂ ତାମିଲନାଡୁରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପର୍ଯ୍ୟନ୍ତ ୧.୯୦ ଲକ୍ଷରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଭଲ କଥା ହେଉଛି ସୁସ୍ଥ ରୋଗୀଙ୍କ ସଂଖ୍ୟା ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। ଦେଶରେ କରୋନା ଜୀବାଣୁଙ୍କର ୯୭୫୮୧ ସକ୍ରିୟ ମାମଲା ରହିଛି, ଏପର୍ଯ୍ୟନ୍ତ ୯୫୫୨୬ ଲୋକ ସୁସ୍ଥ ହୋଇଯାଇଥିବାବେଳେ ମୋଟ ୫୫୯୮ ଜଣଙ୍କର ମୃତ୍ୟୁ ହୋଇଛି। କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଶ୍ରେଷ୍ଠ ୧୦ ଦେଶ ତାଲିକାରେ ଭାରତ ସପ୍ତମ ସ୍ଥାନରେ ରହିଛି।
ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୧୭୧ ଟି ନୂଆ ମାମଲା ସାମ୍ନାକୁ ଆସିଛି | ଗତ ୨୪ ଘଣ୍ଟା ମଧ୍ୟରେ ୨୦୪ ଜଣଙ୍କର ମୃତ୍ୟୁ ଘଟିଛି | କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମିଳିଥିବା ସୂଚନା ମୁତାବକ ଦେଶରେ ମୋଟ କରୋନା ଭୂତାଣୁ ପଜିଟିଭଙ୍କ ସଂଖ୍ୟା ୧ ଲକ୍ଷ ୯୮ ହଜାର ୭୦୬ ରେ ପହଞ୍ଚିଛି । ଏଥିମଧ୍ୟରୁ ୯୭,୫୮୧ ସକ୍ରିୟ ମାମଲା ରହିଛି ଯେଉଁଥିରୁ ୯୫,୫୨୭ ଲୋକ ଏପର୍ଯ୍ୟନ୍ତ ସୁସ୍ଥ ହୋଇସାରିଥିବା ବେଳେ ମୋଟ ୫,୫୯୮ ଲୋକ ପ୍ରାଣ ହରାଇଛନ୍ତି |