ନୂଆଦିଲ୍ଲୀ ୨୦/୦୪ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଥିବା ଗୁରୁବାର ସୂଚନା ମିଳିଛି। କରୋନାରେ ଆକ୍ରାନ୍ତ ହେବା ପରେ ରାଜନାଥ ସିଂହ ଘରେ କ୍ୱାରେଣ୍ଟାଇନରେ ଅଛନ୍ତି। ରାଜନାଥ ସିଂହ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି। ରାଜନାଥ ସିଂହ ନୂଆଦିଲ୍ଲୀରେ ଆୟୋଜିତ ଭାରତୀୟ ବାୟୁ ସେନାର କମାଣ୍ଡର ସମ୍ମିଳନୀରେ ଏପ୍ରିଲ ୨୦ ତାରିଖ ଗୁରୁବାର ଦିନ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା। କିନ୍ତୁ ଏହାପୂର୍ବରୁ କରୋନା ପଜିଟିଭ ଥିବା ସୂଚନା ମିଳିବା ପରେ ସେ ନିଜକୁ ଏଥିରୁ ଦୂରେଇ ରଖିଥିଲେ।