ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ପାଇଁ ଆଇନ ଶୃଙ୍ଖଳା ଅନୁଧ୍ୟାନ କଲେ ପୁରୀ ଏସପି

ପୁରୀ ୨୦/୪ : ଏପ୍ରିଲ ୨୩ ତାରିଖରୁ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଅନୁଷ୍ଠିତ ହେବ। ଚନ୍ଦନ ଯାତ୍ରା ପାଇଁ ସଜ୍ଜିତ ହେଉଛି ନରେନ୍ଦ୍ର ପୁଷ୍କରିଣୀ। ମହାପ୍ରଭୁଙ୍କ ଚନ୍ଦନଯାତ ୪୨ଦିନ ଧରି ଅନୁଷ୍ଠିତ ହୋଇଥାଏ। ୨୧ଦିନ ବାହାର ଚନ୍ଦନ ଯାତ୍ରା ହେଉଥିବା ବେଳେ ୨୧ ଦିନ ଭିତର ଚନ୍ଦନ ଯାତ୍ରା ହେବ। ବାହାର ଚନ୍ଦନଯାତ ଏପ୍ରିଲ ୨୩ ତାରିଖରେ ଆରମ୍ଭ ହେବ। ନରେନ୍ଦ୍ର ପୁଷ୍କରିଣୀରେ ୨୧ ଦିନ ଧରି ଜଳକ୍ରୀଡା କରିବେ ମହାପ୍ରଭୁ । ଶ୍ରୀମନ୍ଦିରରୁ ମଦନମୋହନ, ରାମ, କୃଷ୍ଣ, ଭୂଦେବୀ ଓ ଶ୍ରୀଦେବୀଙ୍କ ସହ ପ୍ରଭୁ ଶ୍ରୀ ଲୋକନାଥ ଶ୍ରୀମାର୍କଣ୍ଡେଶ୍ଵର, ଶ୍ରୀନୀଳକଣ୍ଠେଶ୍ଵର, ଶ୍ରୀଯମେଶ୍ଵର ଏବଂ ଶ୍ରୀକପାଳ ମୋଚନ ଜଳକ୍ରୀଡ଼ା ପାଇଁ ନରେନ୍ଦ୍ର ପୁଷ୍କରିଣୀକୁ ପ୍ରତିଦିନ ବିଜେ କରନ୍ତି ।

ଗୁରୁବାର ସକାଳେ ପୁରୀ ଏସପି ଡ଼. କେ ଵିଶାଲ ସିଂ ପହଞ୍ଚିଥିଲେ। ନରେନ୍ଦ୍ର ପୁଷ୍କରିଣୀରେ କିଭଳି ଭକ୍ତମାନେ ଭଲ ଭାବରେ ମହାପ୍ରଭୁଙ୍କ ଜଳକ୍ରୀଡ଼ା ଦର୍ଶନ କରିବା ସହ ପାର୍କିଂର ସୁବିଧାରେ ରହିପରିବେ ସେନେଇ ନରେନ୍ଦ୍ର ପୁଷ୍କରିଣୀ ପରିସର ସହ ଚନ୍ଦନ ଚକଡ଼ା ଓ ପୁଷ୍କରିଣୀର ଚର୍ତୁପାର୍ଶ୍ୱ ଅନୁଧ୍ୟାନ କରିଛନ୍ତି। ପୁରୀ ଏସପିଙ୍କ ସହ ଅତିରିକ୍ତ ଏସପି, ସିଟି ଡିସପି, ଟାଉନ ଥାନା ଅଧିକାରୀ, ବରିଷ୍ଠ ସେବାୟତଙ୍କ ସହ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ଚନ୍ଦନଯାତରେ ୨ଜଣ ଅତିରିକ୍ତ ଏସପି, ୩ ଜଣ ଡିସପି, ୭ ଜଣ ଇନ୍ସପେକ୍ଟର, ୨୫ଜଣ ଏସଆଇ/ଏଏସଆଇ ଅଫିସର ସହ ୮ପ୍ଲାଟୁନ ପୋର୍ସ ମୁତୟନ ରହିବେ ବୋଲି ପୁରୀ ଏସପି ସୂଚନା ଦେଇଛନ୍ତି।