ନୂଆଦିଲ୍ଲୀ ୨୧/୦୩ : ପୂର୍ବତନ ପ୍ରଧାନବିଚାରପତି ଏସ୍ଏ ବୋବଡେ କହିଛନ୍ତି ସୁପ୍ରିମ୍କୋର୍ଟର ୪ ଜଣ ବିଚାରପତି – ଜଷ୍ଟିସ୍ ଜେ ଚେଲାମେଶ୍ବର, ରଞ୍ଜନ ଗୋଗୋଇ, କୁରିଆନ ଜୋସେଫ ଓ ମଦନ ଲୋକୁର – ରୋଷ୍ଟର ପ୍ରସ୍ତୁତି ନେଇ ୨୦୧୮ ଜାନୁଆରିରେ ଯେଉଁ ସାମ୍ବାଦିକ ସମ୍ମିଳନୀ କରିଥିଲେ, ତାହା ସୁପ୍ରିମ୍କୋର୍ଟ ଇତିହାସରେ ସବୁଠାରୁ ଦୁର୍ଭାଗ୍ୟଜନକ ଘଟଣା ଥିଲା।
ବୋବଡେ କହିଲେ ଯେ, ଉକ୍ତ ସାମ୍ବାଦିକ ସମ୍ମିଳନୀକୁ ବନ୍ଦ କରିବା ପାଇଁ ସେ ତାଙ୍କ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରିଥିଲେ। ତେବେ କେତେକ ଖବରକାଗଜରେ ଏଥିରେ ତାଙ୍କର ଭୂମିକା ନେଇ ଯାହା ପ୍ରକାଶ ପାଇଥିଲା, ତାହା ସେ କରିନାହାନ୍ତି।
୪ ଜଣ ବିଚାରପତି ରୋଷ୍ଟର ପ୍ରସ୍ତୁତିରେ ପୂର୍ବତନ ପ୍ରଧାନବିଚାରପତି ଦୀପକ ମିଶ୍ରଙ୍କ ମନମୁଖି କାରବାରକୁ ସମାଲୋଚନା କରିଥିଲେ। ସେ କନିଷ୍ଠ ବିଚାରପତିମାନଙ୍କୁ ଗୁରୁତ୍ବପୂର୍ଣ୍ଣ ମାମଲା ଦେଉଛନ୍ତି ଏବଂ ତାଙ୍କୁ କମ୍ ଗୁରୁତ୍ବପୂର୍ଣ୍ଣ ମାମଲା ବିଚାର ପାଇଁ ଦେଉଛନ୍ତି ବୋଲି ସେମାନେ ଅଭିଯୋଗ କରିଥିଲେ।