୨୦୦୦ ଟଙ୍କିଆ ନୋଟ ଏଟିଏମ୍ରେ ରଖିବାକୁ ମନା କରାଯାଇନି: ନିର୍ମଳା

ନୂଆଦିଲ୍ଲୀ ୨୧/୦୩ : ୨୦୦୦ ଟଙ୍କିଆ ନୋଟ୍ ଏଟିଏମ୍ରେ ଭର୍ତ୍ତି କରିବା ନେଇ ବ୍ୟାଙ୍କଗୁଡ଼ିକୁ କିଛି ବି ନିର୍ଦେଶ ଦିଆଯାଇନାହିଁ। ଏଟିଏମ୍ରେ କେଉଁ ନୋଟ୍ ଭର୍ତ୍ତି କରାଯିବ ସେ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନିଜେ ନେଉଛନ୍ତି। ୨୦୦୦ ଟଙ୍କିଆ ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ମନା କରାଯାଇନାହିଁ। ଗ୍ରାହକଙ୍କ ଆବଶ୍ୟକତା ଏବଂ ଋତୁ ଭିତ୍ତିକ ଧାରାକୁ ବିଚାରକୁ ନେଇ ବ୍ୟାଙ୍କଗୁଡ଼ିକ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଛନ୍ତି ବୋଲି ସୋମବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
୨୦୧୭ ମାର୍ଚ୍ଚ ସୁଦ୍ଧା ପ୍ରଚଳନରେ ଥିବା ୫୦୦ ଓ ୨୦୦୦ ଟଙ୍କିଆର ମୂଲ୍ୟ ୯.୫ ଲକ୍ଷ କୋଟଇ ଟଙ୍କା ଥିଲା। ୨୦୨୨ ମାର୍ଚ୍ଚ ସୁଦ୍ଧା ତାହା ୨୭.୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
