ବଦଲା ନେଲା ଭାରତ, ପାକିସ୍ତାନ ଉପରେ ଭାରତର ‘ଅପରେସନ ସିନ୍ଦୂର’ : ୮ରୁ ଅଧିକ ଆତଙ୍କବାଦୀ ମୃତ

ନୂଆଦିଲ୍ଲୀ, ୦୭/୦୫ : ପହଲଗାମ ଆତଙ୍କବାଦୀ ହମଲାର ପ୍ରତିଶୋଧ ନେଲା ଭାରତ । ପାକିସ୍ତାନ ଓ ପିଓକେର ଭାରତୀୟ ସେନାର ବଡ଼ ଆଟାକ । ବିଳମ୍ବିତ ରାତିରେ ୯ଟି ଆତଙ୍କବାଦୀ ଆଡ୍ଡାରେ ହମଲା । ୮ରୁ ଅଧିକ ଆତଙ୍କବାଦୀ ମୃତ, ବହୁ ଆହତ । ରାତି ପ୍ରାୟ ଗୋଟାଏ ୪୪ରେ ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁସେନା ପକ୍ଷରୁ ମିଳିତ ଭାବେ କରାଯାଇଥିଲା ଅପରେସନ । ଯାହାର ନାଁ ରଖାଯାଇଥିଲା ଅପରେସନ ସିନ୍ଦୂର । ଏଥିରେ ପାକିସ୍ତାନ ଓ ପିଓକେର ଆତଙ୍କୀଙ୍କ ୯ଟି ଠିକଣାକୁ ଟାର୍ଗେଟ କରାଯାଇଥିଲା । ‘ଅପରେସନ୍ ସିନ୍ଦୂର’ରେ ଘନ ଘନ ବୋମା ବର୍ଷା କରାଯାଇଛି । ବହୁ ଆହତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅପରେସନ ସିନ୍ଦୂରର ମନିଟରିଂ କରିଥିଲେ । ଅପରେସନ ସିନ୍ଦୂର ପୂରା ନିର୍ଦ୍ଦିଷ୍ଟ ଥିଲା । ଏଥିରେ ପାକିସ୍ତାନର କୌଣସି ମିଲିଟାରୀ ସଂସ୍ଥାକୁ ଟାର୍ଗେଟ କରାଯାଇନାହିଁ ବୋଲି ଭାରତ କହିଛି । ପହଲଗାମ ଆଟାକର ଏହା ଫେଜ ୱାନ ରେସପନସ । ଆଗକୁ ଆହୁରି ଅଧିକ ଆଟାକ କରାଯିବ ବୋଲି କୁହାଯାଉଛି । କୋଟଲି, ମୁରିଦିକେ, ବାହାଲୱାପୁର, ଚକ ଅମ୍ରୁ, ଭିମ୍ବରେ,ଗୁଲପୁର, ସିଆଲକୋଟ ଓ ମୁଜାଫରବାଦର ୨ଟି ସ୍ଥାନରେ ଭାରତୀୟ ସେନା ଆକ୍ରମଣ କରିଥିବା ପାକିସ୍ତାନର ଆଇଏସପିଆର ଡିଜି ଲେଫଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି । ଏହା ଜବାବ ଦିଆଯିବ ବୋଲି ସେ କହିଛନ୍ତି । ମୁରିଦିକେରେ ଆତଙ୍କବାଦୀ ସଂଗଠନ ଲସକର ଏ ତଇବାର ମୁଖ୍ୟାଳୟ ରହିଛି । ସେହିପରି ବାହାଲୱାପୁରରେ ଜୈସ ଇ ମହମ୍ମଦର ବେସ ରହିଥିବା ବେଳେ ଏହା ମାସୁଦ ଆଝାର ଦ୍ବାରା ପରିଚାଳିତ । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସେହବାଜ ସରିଫ କହିଛନ୍ତି, ଭାରତ ପକ୍ଷରୁ ମିଲିଟାରୀ ଆଟାକ କରାଯାଇଛି ।