ଡୋନାଲ୍ଡ ଟ୍ରମ୍ପଙ୍କୁ ବଡ ଝଟକା : ରୁଷଠାରୁ ତେଲ କିଣିବା ଜାରି ରଖିବ ଭାରତ

ନୂଆଦିଲ୍ଲୀ, ୦୨/୦୮ : ଭାରତ ରୁଷରୁ ତେଲ କିଣିବାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଏହା ସତ୍ୱେ ବି ଭାରତୀୟ ତୈଳ ରିଫାଇନାରୀଗୁଡିକ ରୁଷରୁ ତେଲ କିଣୁଛନ୍ତି । ଏହାସହିତ ରୁଷଠାରୁ ତେଲ କିଣିବା ଆଗକୁ ମଧ୍ୟ ଜାରି ରହିବ ବୋଲି କୁହାଯାଇଛି । ରୁଷ ସହିତ ବାଣିଜ୍ୟ କାରବାର, ଅଶୋଧିତ ତେଲର ଗୁଣବତ୍ତା, ସଂରକ୍ଷଣ, ଲଜିଷ୍ଟିକ୍ସ ଏବଂ ଅନ୍ୟାନ୍ୟ ଆର୍ଥିକ କାରଣ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଛି ।
ରୁଷ ବିଶ୍ୱର ଦ୍ୱିତୀୟ ସର୍ବବୃହତ ଅଶୋଧିତ ତୈଳ ଉତ୍ପାଦକ ଦେଶ । ପ୍ରତିଦିନ ସେଠାରେ ୯.୫ନିୟୁତ ବ୍ୟାରେଲ ତୈଳ ଉତ୍ପାଦନ ହୋଇଥାଏ । ଏହାସହିତ ରୁଷ ମଧ୍ୟ ଦ୍ୱିତୀୟ ବୃହତ୍ତମ ରପ୍ତାନିକାରୀ, ପ୍ରତିଦିନ ପ୍ରାୟ ୪.୫ନିୟୁତ ବ୍ୟାରେଲ ଅଶୋଧିତ ତୈଳ ରପ୍ତାନି କରିଥାଏ । ମିଳିଥିବା ସୂଚନା ଅନୁଯାୟୀ ଭାରତରେ ରୁଷୀୟ ତେଲକୁ କେବେବି ନିଷିଦ୍ଧ କରାଯାଇନଥିଲା ବରଂ ଏହାକୁ ଜି/୭ ଇୟ୍ୟୁ ମୂଲ୍ୟ-ସୀମା ବ୍ୟବସ୍ଥା ଅଧୀନରେ ରଖାଯାଇଛି । ଯାହାର ଲକ୍ଷ୍ୟ ହେଉଛି ରାଜସ୍ୱକୁ ସୀମିତ କରିବା ସହିତ ବିଶ୍ୱ ଯୋଗାଣ ସୁନିଶ୍ଚିତ କରିବା । ଭାରତ ଏକ ଦାୟିତ୍ୱପୂର୍ଣ୍ଣ ଶକ୍ତି ଉର୍ଜା ଭାବରେ କାର୍ଯ୍ୟ କରିଛି ଏବଂ ବଜାରରେ ମୂଲ୍ୟ ସ୍ଥିର ରହିବା ମଧ୍ୟ ସୁନିଶ୍ଚିତ କରିଛି । ଭାରତର କ୍ରୟ ସମ୍ପୂର୍ଣ୍ଣ ବୈଦ ଏବଂ ଅନ୍ତର୍ଜାତୀୟ ମାନଦଣ୍ଡ ମଧ୍ୟରେ ରହିଛି ।