ହକି ବିଶ୍ୱକପ୍‌ ପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କୁ ନିମନ୍ତ୍ରଣ

ବେଙ୍ଗାଲୁରୁ,୨୮/୧୨ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କୁ ହକି ବିଶ୍ୱକପ୍‌ ପାଇଁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ନିମନ୍ତ୍ରଣ ପତ୍ର ଦେଇଛନ୍ତ ।

ଆସନ୍ତା ବର୍ଷ ହକି ବିଶ୍ୱକପ୍‌ ଓଡିଶାର ଭୁବନେଶ୍ୱର ଓ ରାଉରକେଲାରେ ଆୟୋଜନ କରାଯିବ । ଏନେଇ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଉତ୍ସବକୁ ନିୟନ୍ତ୍ରଣ କରାଯିବ ବୋଲି ନିଷ୍ପତ୍ତି ହୋଇଛି । ଏହିକ୍ରମରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌. କେ ଷ୍ଟାଲିନ୍‌ଙ୍କୁ ଚେନ୍ନାଇ ସ୍ଥିତ ବାସଭବନରେ ଭେଟି ନିମନ୍ତ୍ରଣ ପତ୍ର ଦେଇଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଏହି ଅବସରରେ ତାମିଲନାଡୁର ଯୁବ ବିକାଶ ଓ ଖେଳ ମନ୍ତ୍ରୀ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ପୁଅ ଉଦୟନିଧି ଷ୍ଟାଲିଂ ମଧ୍ୟ ଉପସ୍ଥିତ ରହିଥିଲେ ।

SBI AD