ଅହମ୍ମଦାବାଦ୍,୩/୫ : ଆଜି ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ କଲକାତା ନାଇଟ୍ ରାଇଡର୍ସ ମୁହାଁମୁହିଁ ହେବେ। ଇଓନ ମୋର୍ଗାନଙ୍କ ନେତୃତ୍ବାଧିନ କଲକାତା ନାଇଟ୍ ରାଇଡର୍ସ ପ୍ରଥମ ରାଉଣ୍ଡ ମ୍ୟାଚରେ ବାଙ୍ଗାଲୋର ନିକଟରୁ ପରାଜିତ ହୋଇଥିବା ବେଳେ ୨ୟ ରାଉଣ୍ଡରେ ଏହାର ପ୍ରତିଶୋଧ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ଶେଷ ମ୍ୟାଚରେ ପରାଜିତ ହୋଇଥିବା ବିରାଟ କୋହଲିଙ୍କ ନେତୃତ୍ବାଧିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିଜୟଧାରାକୁ ଫେରିବାର ଲକ୍ଷ୍ୟ ରଖିଛି।
କଲକାତା ନାଇଟ୍ ରାଇଡର୍ସ ୭ଟି ମ୍ୟାଚରୁ ୨ଟି ବିଜୟ ଓ ୫ଟି ପରାଜୟ ସହ ୪ ପଏଣ୍ଟ ପାଇଥିବାବେଳେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସମାନ ସଂଖ୍ୟକ ମ୍ୟାଚ୍ ଖେଳି ୫ଟି ବିଜୟ ଓ ୨ଟି ପରାଜୟ ସହ ୧୦ ପଏଣ୍ଟ ପାଇଛି।