ନୂଆଦିଲ୍ଲୀ, ୩୦/୦୩ : ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍ରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍ । ଏହି ମ୍ୟାଚ୍ରେ ବିସ୍ଫୋରକ ବ୍ୟାଟିଂ ସାଙ୍ଗକୁ ବିଶାଳ ସ୍କୋର ହେବାର ଆଶା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ପେସ୍ ବୋଲର ମିଚେଲ ଷ୍ଟାର୍କ ଓ ସନରାଇଜର୍ସ ଓପନର ଟ୍ରେଭିସ୍ ହେଡ୍-ଅଭିଷେକ ଶର୍ମା ଯୋଡ଼ିଙ୍କ ମଧ୍ୟରେ ଏକ ଦମ୍ଦାର ଫାଇଟ୍ ଦେଖିବାକୁ ମିଳିବ । ଦିଲ୍ଲୀର ଅରୁଣ ଜେଟ୍ଲୀ ଷ୍ଟାଡ଼ିୟମରେ ଖେଳାଯାଇଥିଲେ ଏହି ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ସନରାଇଜର୍ସ ୭/୨୬୬ ରନ ସଂଗ୍ରହ କରିଥିଲା । କେବଳ ପାୱାର ପ୍ଲେରେ ହେଡ୍ ଓ ଅଭିଷେକଙ୍କ ଯୋଡ଼ି ରେକର୍ଡ ୧୨୫ ରନ ସଂଗ୍ରହ କରିଥିଲେ । ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯.୧ ଓଭରରେ ୧୯୯ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। କ୍ୟାପିଟାଲ୍ସ ଦଳରେ ପରିବର୍ତ୍ତନ ହେବ । ପ୍ରଥମ ମ୍ୟାଚ୍ ଖେଳି ନଥିବା କେଏଲ ରାହୁଲ ଏକାଦଶକୁ ଫେରିବେ ଓ ୪ନଂ ସ୍ଥାନରେ ବ୍ୟାଟିଂ କରିବେ । ତେଣୁ ସମୀର ରିଜଭୀଙ୍କୁ ଏକାଦଶରୁ ବାଦ ଦିଆଯିବ । ମୁକେଶ କୁମାର ପ୍ରଥମ ମ୍ୟାଚ୍ରେ ଆହତ ହୋଇଥିଲେ । ସେ ଖେଳିବା ନେଇ ମଧ୍ୟ ଆଶଙ୍କା ରହିଛି । ଦିଲ୍ଲୀ କ୍ୟାପିଟାଲ୍ସର ନୂଆ ଫିନିଶର ଆଶୁତୋଷ ଶର୍ମାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ପୂର୍ବ ମ୍ୟାଚ୍ରେ ସେ ଏକୁଟିଆ ସୁପରଜାଏଣ୍ଟ୍ସ ଠାରୁ ବିଜୟ ଛଡ଼ାଇ ନେଇଥିଲେ ।
ଦିଲ୍ଲୀ କ୍ୟାପିଟାଲ୍ସ : ଜେକ ଫ୍ରେଜର-ମ୍ୟାକଗର୍କ, ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ, କେଏଲ ରାହୁଲ, ଅକ୍ଷର ପଟେଲ (ଅଧିନାୟକ), ଟ୍ରିଷ୍ଟନ ଷ୍ଟବ୍ସ, ଆଶୁତୋଷ ଶର୍ମା, ବିପ୍ରଜ ନିଗମ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୋହିତ ଶର୍ମା, ମୁକେଶ କୁମାର/ଦର୍ଶନ ନାଲକନ୍ଦେ ।
ସନରାଇଜର୍ସ: ଅଭିଷେକ ଶର୍ମା, ଟ୍ରେଭିସ ହେଡ୍, ଇଶାନ କିଷନ, ନୀତିଶ କୁମାର ରେଡ୍ଡୀ, ହେନରିକ କ୍ଲାସେନ, ଅନିକେତ ବର୍ମା, ଅଭିନବ ମନୋହର, ପ୍ୟାଟ୍ କମିନ୍ସ (ଅଧିନାୟକ), ହର୍ଷଲ ପଟେଲ, ମହମ୍ମଦ ସାମି, ସିମରଜୀତ ସିଂହ, ଆଡାମ ଜାମ୍ପା ।