ନୂଆଦିଲ୍ଲୀ, ୩୦/୦୩ : ଆଜି ସଲମାନ ଖାନଙ୍କ ଫିଲ୍ମ ‘ସିକନ୍ଦର’ ହେଲା ରିଲିଜ । ଭାରତୀୟ ବକ୍ସ ଅଫିସ୍ର ବଦଳୁଥିବା ପରିସ୍ଥିତି ଏବଂ ‘ଜୱାନ୍’, ‘ସ୍ତ୍ରୀ ୨’ ଏବଂ ‘ଛାଭା’ ଭଳି ଫିଲ୍ମ ଗୁଡ଼ିକ ପରି ଉଚ୍ଚ କଲେକ୍ସନ୍ କରିଛି । ଏଭଳି ସମୟରେ ସଲମାନ ଖାନଙ୍କ ଫିଲ୍ମକୁ ନେଇ ଭଲ ଆୟ କରିବା ପାଇଁ ଅନୁମାନ କରାଯାଉଛି । ସଲମାନ ଏବଂ ଏଆର ମୁରୁଗାଦୋସଙ୍କର ଏହା ହେଉଛି ପ୍ରଥମ ଫିଲ୍ମ । ତେଣୁ ସମସ୍ତେ ଏହି ଫିଲ୍ମକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ଫିଲ୍ମର କୌଣସି ବିଶେଷ ପ୍ରମୋସନ ନଥିଲା ଯାହା ଯୋଗୁଁ ଚର୍ଚ୍ଚା ପରବର୍ତ୍ତୀ ସ୍ତରକୁ ଯାଇପାରିଲା ନାହିଁ । ଗୀତଗୁଡ଼ିକ ଭଲ ହୋଇଛି କିନ୍ତୁ ସେଥିମଧ୍ୟରୁ କୌଣସିଟି ଚାର୍ଟବଷ୍ଟରକୁ ଟପି ପାରିଲା ନାହିଁ । ସଲମାନ ଖାନ-ଏଆର ମୁରୁଗାଦୋସଙ୍କ ସହଯୋଗ ବ୍ୟତୀତ ‘ସିକନ୍ଦର’ ପାଇଁ ସବୁଠାରୁ ବଡ଼ ଆଲୋଚନାର ବିଷୟ ହେଉଛି ଏହାର ରବିବାର ରିଲିଜ୍ ହେଇଛି । ତେଣୁ ଏହି ଫିଲ୍ମକୁ ଫାଇଦା ମିଳିବ ବୋଲି ଅନୁମାନ କରାଯାଉଛି । ଫିଲ୍ମଟି ଅନ-ଦି-ସ୍ପଟ୍ ବୁକିଂରୁ ଲାଭ ପାଇବ । ଫିଲ୍ମଟିକୁ ସାରା ଦେଶରେ ୧୮,୦୦୦ରୁ ୨୦,୦୦୦ପର୍ଯ୍ୟନ୍ତ ଶୋ’ ସଂଗ୍ରହ କରିବାରେ ସାହାଯ୍ୟ କରିଥିଲା । ସଲମାନ ଖାନଙ୍କ ସିକନ୍ଦର (୩୪ ରୁ ୩୮ କୋଟି) ର ପ୍ରଥମ ଦିନର କଲେକ୍ସନକୁ କରିବ ବୋଲି ଅନୁମାନ କରାଯାଉଛି ଏହା ଭିକି କୌଶଳଙ୍କ ବ୍ଲକବଷ୍ଟର ଛବାର ପ୍ରଥମ ଦିନର କଲେକ୍ସନ ୩୩.୧୦ କୋଟିକୁ ପଛରେ ପକାଇବ। କିନ୍ତୁ ବର୍ଷର ସବୁଠାରୁ ବଡ଼ ଓପନର ହେବ ନାହିଁ ।