କେନ୍ଦ୍ରକୁ ଡେପୁଟେସନରେ ଯିବେ ବରିଷ୍ଠ ଓଡ଼ିଶା କ୍ୟାଡର ଆଇପିଏସ ଅଧିକାରୀ

ଭୁବନେଶ୍ୱର, ୩୦/୦୭ : କେନ୍ଦ୍ରକୁ ଡେପୁଟେସନରେ ଯିବେ ଆଇପିଏସ ଆର ପି କୋଚେ ଏବଂ ଯଶୱନ୍ତ କୁମାର ଜେଠୱା । କେନ୍ଦ୍ରକୁ ଯିବାକୁ ଉଭୟଙ୍କ ନାଁ ଅନୁମତି ପ୍ରଦାନ କରିଛି ନିଯୁକ୍ତି ସମ୍ପର୍କିତ କ୍ୟାବିନେଟ୍ କମିଟି । ଆର ପି କୋଚେ ୧୯୯୩ ବ୍ୟାଚର ଓଡ଼ିଶା କ୍ୟାଡର ଅଧିକାରୀ । ସେହିପରି ଯଶୱନ୍ତ କୁମାର ଜେଠୱା ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ । ଉଭୟ ଡିଜି କିମ୍ବା ଡିଜି ସମକକ୍ଷ ରାଙ୍କରେ କେନ୍ଦ୍ରକୁ ଡେପୁଟେସନରେ ଯିବା ପାଇଁ ଏମପ୍ୟାନେଲଡ ହୋଇଛନ୍ତି । ବର୍ତ୍ତମାନ ଆର.ପି. କୋଚେ ଓଡ଼ିଶାରେ ଗୋଇନ୍ଦା ନିର୍ଦେଶକ ଭାବେ ଏବଂ ଯଶୱନ୍ତ ଜେଠୱା ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି। ଏହି ମନୋନୟନ ଓଡ଼ିଶା କ୍ୟାଡର ଅଧିକାରୀଙ୍କ ଅଭିଜ୍ଞତା ଏବଂ ନେତୃତ୍ୱ ଦକ୍ଷତାକୁ ଜାତୀୟ ସ୍ତରରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ୱୀକୃତି ମିଳିଥିବାର ପ୍ରମାଣ ଦେଉଛି।

SBI_Festive_Digital Billboard