ଗର୍ଭବତୀ ଆଦିବାସୀ ନାବାଳିକାକୁ ନ୍ୟାୟ ପାଇଁ ପ୍ରଶାସନକୁ ଭେଟିଲେ ଦଳିତ ମହିଳା ଅଧିକାର ମଞ୍ଚ କର୍ମକର୍ତ୍ତା

ଯାଜପୁର,୧୧ /୧୧ : ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ପଂଚାୟତ ନାନପୁର ପାଖ ଜାତୀୟ ରାଜପଥ ୫ ନଂ(କ ) ପୋଲ ତଳେ ଝାଟି ମାଟି ଘର କରି ରହୁଥିବା ଚେର ମୁଣ୍ଡା ପରିବାରର ଆର୍ଥୀକ ଅନାଟନ ହେତୁ ଦୀର୍ଘ ଦିନ ହେବ ରୁଗ୍ଣ ଥାଇବି ଉପଯୁକ୍ତ ଚିକିତ୍ସାରୁ ବଂଚିତ ଅଛନ୍ତି । ଶ୍ରୀମତୀ ମୁଣ୍ଡାଙ୍କ ରୋଗୀଣା ସ୍ୱାମୀ ଅସୁସ୍ଥତା ହେତୁ ରୋଜଗାର ହରାଇ ଘରେ ପଡ଼ିରହୁଥିଲେ । ପିତାଙ୍କର ଅବସ୍ଥା ଦେଖି ଛୋଟ ଭାଇ, ଭଉଣୀ, ରୋଗୀଣା ବାପା ଓ ମା ଙ୍କୁ ସହାୟହେବା ଲକ୍ଷ୍ୟରେ ନାବାଳିକା ଝିଅଟି ବାହାରକୁ ଗୋଡ କାଢିଥିଲା । ଏପରିକି ଦଲାରଙ୍କ ଜରିଆରେ ବିଏମସିର ଡେପୁଟି ଜୋନାଲ କମିଶନର ପ୍ରମୋଦ ପୃଷ୍ଟିଙ୍କ ଶୈଳଶ୍ରୀ ବିହାରସ୍ଥ ଗୃହରେ ଚାକରାଣୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଯୋଗଦାନ କରିବା ସମୟରେ କମିଶନର ନାବାଳିକାକୁ ଝିଅ ଭଳି ଘରେ ରଖିବେ ବୋଲି କଥା ଦେଇଥିଲେ । କିନ୍ତୁ ଦୁଃଖର କଥା କମିଶନର କାମୁକ ଶ୍ୱଶୁର ପ୍ରମୋଦ ଦଳିତ ନିରୀହ ନାବାଳିକାର ସରଳତାର ସୁଯୋଗ ନେଇ ଯୌନ ସମ୍ପର୍କ ରଖିବାକୁ ବାଧ୍ୟ କରି ଥିଲେ ।

ମାତ୍ର ଚାକରାଣୀର ବାରଣ ସତ୍ୱେ ଛାତ ଉପରୁ ପେଲି ଦେବାର ଧମକ ଦେଇ ବୃଦ୍ଧା ଜଣକ ନାତୁଣୀ ବୟସର ଝିଅ ସହିତ ଜୋର ଜବରଦସ୍ତ ଯୌନ ଲାଳସା ମେଣ୍ଟାଇଥିବାର କଥା ନାବାଳିକା କହନ୍ତି । ଅବୈଧ ସମ୍ପର୍କ ନାବାଳିକା ଚାକରାଣୀ କିଛି ଦିନ ହେବ ଗର୍ଭବତୀ ହୋଇଛନ୍ତି। ନାବାଳିକାକୁ ଝିଅ ଭଳି ରଖିବାକୁ କଥା ଦେଇଥିବା ମାଲିକଙ୍କର ଚାକରାଣୀର ଏଅବସ୍ଥା ପ୍ରତି ଦୃଷ୍ଟି ପଡ଼ିନଥିଲା ନା ଜାଣିଶୁଣି ଚୁପ ରହୁଥିଲେ । ଦଶହରା ହେତୁ ନାନପୁରସ୍ଥ ଘରକୁ ଫେରିବାରେ ମା ଶ୍ରୀମତୀ ଝିଅର ଏଅବସ୍ଥା ଦେଖି ୨ ତାରିଖ ଦିନ ବାଲିଚନ୍ଦ୍ରପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇଁ ମାମଲା ଦରଜ କରି ଘଟଣାର ତଦନ୍ତ ଜାରିରଖିଛି । ତ୍ୱରିତ ନ୍ୟାୟ ପ୍ରଦାନ ନେଇ ସର୍ବ ଭାରତୀୟ ଦଳିତ ମହିଳା ଅଧିକାର ମଞ୍ଚର ରାଜ୍ୟ ଓ ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ଝାନସୀ ରାଣୀ ସିଂ ଓ ସୁପ୍ରଭା ଦିଗାଲ ରବିବାର ଦିନ ପୀଡିତା ପରିବାରକୁ ଭେଟିଥିଲେ । ପରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀଙ୍କୁ ଭେଟି ଘଟଣା ବିଷୟରେ ଆଲୋଚନା କରିଥିଲେ. ଏତଦ ବ୍ୟତୀତ ସମସ୍ତ ସରକାରୀ ସୁବିଧାରୁ ବଂଚିତ ଦରିଦ୍ର ପରିବାରର ନାବାଳିକା ଗର୍ଭବତୀ ହେବା ଭଳି ସମ୍ବେଦନ ଶିଳ ଘଟଣା ଅନୁଧ୍ୟାନ କରି ଉଚିତ ନ୍ୟାୟ ପ୍ରଦାନ ନେଇ ଯାଜପୁର ଜିଲ୍ଲା ପ୍ରଶାସନ ଓ ଶିଶୁ ସୁରକ୍ଷା କମିଟିକୁ ଅବଗତ କରିବେ ବୋଲି ଜଣାପଡିଛି ।