ଜଟଣୀରୁ ଦୁଇ କୁଖ୍ୟାତ ଅପରାଧୀ ଗିରଫ : ସିରିଜ ମାମଲାରେ ଉଭୟେ ଲିପ୍ତ

ଭୁବନେଶ୍ୱର,(ପ୍ରଦୀପ୍ତ କୁମାର ଦାସ) : ଗୁରୁବାର ଜମିଜମା ବିବାଦକୁ କେନ୍ଦ୍ରକରି ଜଟଣୀ ସବରେଜିଷ୍ଟର ଅଫିସ ନିକଟରୁ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇ ହତ୍ୟା ଉଦ୍ୟମ କରିଥିବା ଦୁଇ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଛି ଜଟଣୀ ପୋଲିସ । ଏଦୁହେଁ ହେଲେ ସେକ ଇମ୍ରାନ ଖାଁ ଓ ସେକ ସଦାମ । ଏମାନେ ସ୍ଥାନୀୟ କୁଦିଆରୀର ଜମି ବ୍ୟବସାୟୀ ତପନ
ପଟ୍ଟନାୟକଙ୍କୁ ବଳପୂର୍ବକ ଅପହରଣ କରିନେବା ସହ ବିଭିର୍ଣ୍ଣ ମାରଣାସ୍ତ୍ର ଯୋଗେ ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ତେବେ ତପନଙ୍କୁ ଗୁରୁତର ଅବସ୍ଥାରେ ଘଟଣା ସ୍ଥଳରୁ ଉଦ୍ଧାର କରାଯାଇ ଚିକତ୍ସା ପାଇଁ ଡାକ୍ତର ଖାନରେ ଭର୍ତ୍ତି କରାଯାଇଛି । ତେବେ ଗିରଫ ହୋଇଥିବା ଏହି ଦୁଇ ଜଣଙ୍କ ନାମରେ ଜଟଣୀ ଥାନାରେ ପୂର୍ବରୁ ବହୁ ସଂଗୀନ ଅପରାଧିକ ମାମଲା ରହିଥିବା ଜଣାପଡିଛି । ଉଭୟଙ୍କ ନାମରେ ଜଟଣୀ ଥାନାରେ ଲୁଟ,ଚୋରି,ଅପହରଣ,ଡକାୟତି,ହତ୍ୟା ଉଦ୍ୟମ ଓ ଦାଦାବଟି ଆଦାୟ ଇତ୍ୟାଦି ମାମଲା ରହିଛି । ତେବେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।