ବାତ୍ୟା ପାଇଁ ଫସଲ ନଷ୍ଟ ଆଶଙ୍କାରେ ମହାକାଳପଡ଼ା ଅଞ୍ଚଳର ଚାଷୀ

ମହାକାଳପଡ଼ା : ମହାକାଳପଡ଼ା ଅଞ୍ଚଳରେ ଚାଷୀମାନଙ୍କ ମୁଖ୍ୟ ଫସଲ ଧାନ। ଧାନଚାଷ ଉପରେ ବହୁ ଚାଷୀମାନେ ନିର୍ଭର କରିଥାନ୍ତି l ଧାନ ଚାଷ କରି ଅମଳପରେ ବର୍ଷକ ଖାଇବା ଲାଗି ରଖିବା ବଳକା ଧାନ ବିକ୍ରୟ କରି ତେଲ ଲୁଣ ସଂସାର ଚଳାଇଥାନ୍ତି l କିଂତୁ ଦୁଃଖର ବିଷୟ ଚଳିତ ଖରିଫ ଋତୁରେ ପ୍ରାରମ୍ଭରେ ମରୁଡ଼ି ଓ ପରେପରେ ଅଦିନିଆ ବର୍ଷା କବଳରୁ ରକ୍ଷା ପାଇଥିବା ଫସଲ ର ସୁରକ୍ଷିତ ଅମଳ ନେଇଚିନ୍ତାରେ ଚାଷୀ l ଉଲ୍ଲେଖ ଥାଉକି ଅମଳ ସମୟରେ ସାମ୍ଭାବ୍ୟ ବାତ୍ୟା ଯୋଗୁ ଝଡ଼ ଓ ବର୍ଷାର ସତର୍କ ସୂଚନା ଚାଷୀଙ୍କ ନିଦ ହଜାଇଦେଇଛି l ଅଦିନିଆ ଲଗାଣ ବର୍ଷା ଯୋଗୁ ଧାନ ଜମିରେ ପାଣି ଜମିରହିଥିବାରୂ ଧାନ କାଟିବାରେ ସମସ୍ୟା ଦେଖାଦେଉଛି l ଏପଟେ ପାଚିଲା ଧାନ କିଆରୀରେ ପାଣି ଲହଡି ଭାଙ୍ଗୁ ଥିବାରୂ ଅଧିକାଂଶ ପାଚିଲା ଧାନ ଗଜା ହେଇ ନଷ୍ଟ ହେବାକୁ ବସିଲାଣି l ମାତ୍ର ଗତ ବର୍ଷାକୁ ଖାତର ନକରି ଏବେ ସୁଦ୍ଧା ଅମଳ ଉପରେ ଭରଷା ରଖିଥିଲା ଚାଷୀ l କିନ୍ତୁ ସାମ୍ଭାବ୍ୟ ବାତ୍ୟା  ‘ଜୱାଦ’ ନେଇ ଜମିରୁ ଧାନକାଟିଥିବା ଓ ବର୍ଷା ପାଣି ଯୋଗୁ କାଟିପାରିନଥିବା ଉଭୟ ଚାଷୀ ଆଶଙ୍କାରେ l ଏହାକୁ ନେଇ ମହାକାଳପଡ଼ା ଅଂଚଳର କେନାଲ ଓ ନଦୀ ଆଦି ଜଳସେଚିତ ଅଂଚଳର ଚାଷୀ ଆଶଙ୍କାରେ ରହିଛନ୍ତି l

Comments are closed.