ଝାରସୁଗୁଡା ୨୦/୦୪: ଗୁରୁବାର ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ଦିନ । ଏବେ ସୁଦ୍ଧା ଏହି ନିର୍ବାଚନରେ ପ୍ରାର୍ଥୀ ହେବାକୁ ସମୁଦାୟ ୮ ଜଣ ନାମାଙ୍କନ ଦାଖଲ କରିଛନ୍ତି । ବୁଧବାର ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ଜଣାପଡ଼ିଛି । ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ହେଲେ କଳିଙ୍ଗ ସେନାରୁ ମହେନ୍ଦ୍ର ପଟ୍ଟନାୟକ । ଏହା ପୂର୍ବରୁ ବିଜେଡ଼ିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ, କଂଗ୍ରେସରୁ ତରୁଣ ପାଣ୍ଡେ, ହିନ୍ଦୁସ୍ତାନ ନିର୍ମାଣ ଦଳରୁ ବିଜୟ କୁମାର ଜଲାନ, ସ୍ୱାଧୀନ ପ୍ରାର୍ଥୀ ଭୁବନେଶ୍ୱର ଗର୍ଡିଆ, ସ୍ୱାଧୀନ ପ୍ରାର୍ଥୀ ମନୀଷ ଶର୍ମା, ଓଡ଼ିଶା ପ୍ରଗତି ଦଳରୁ ଜନ୍ମ ରୋହିଦାସ ପ୍ରାର୍ଥିପତ୍ର ଦାଖଲ କରିଥିଲେ ।
ଗୁରୁବାର ନାମାଙ୍କନ ଦାଖଲ ଶେଷ ହେବା ପରେ ୨୧ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୪ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ହୋଇଥିବା ବେଳେ ୨୫ ତାରିଖ ଦିନ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ କରାଯିବ । ମେ’ ୧୦ ତାରିଖ ଦିନ ଭୋଟ ଗ୍ରହଣ କରାଯିବ ।
