ଭୁବନେଶ୍ୱର, ୦୫/୦୯ : ୨୦୧୩ର ବହୁଚର୍ଚ୍ଚିତ ଝିରମ ଘାଟି ମାଓବାଦୀ ଆକ୍ରମଣ ମାମଲାରେ ସମସ୍ତ ୧୦ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଜାତୀୟ ତଦନ୍ତ ଏଜେନ୍ସି (ଏନ୍ଆଇଏ)ର ସ୍ୱତନ୍ତ୍ର ଅଦାଲତ। ଶନିବାର ଜଗଦଲପୁରସ୍ଥିତ ଅଦାଲତ ଏହି ରାୟ ଦେଇଛନ୍ତି। ଦୋଷୀଙ୍କ ମଧ୍ୟରେ ୨ ଜଣ ମହିଳା ମଧ୍ୟ ଅଛନ୍ତି। ତେବେ ଦଣ୍ଡର ପରିମାଣ ଘୋଷଣା ହୋଇନାହିଁ। ଏହା ଉପରେ ସେପ୍ଟେମ୍ବର ୧୬ରେ ଶୁଣାଣି ହେବ। ଏହି ଆକ୍ରମଣରେ କଂଗ୍ରେସ ନେତାଙ୍କ ସମେତ ୨୯ ଜଣଙ୍କ ଜୀବନ ଯାଇଥିଲା।