କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଅଂଚଳରେ ଏକାଧିକ କରତ କଳ ମାଲିକ ସରକାରଙ୍କ ଆଇନକୁ ଆଖିଠାର ମାରି ବେଆଇନ ଭାବେ କରତ କଳରେ କାଠ ଚିରଟି କରୁଥିଲେ l ଏନେଇ ସାଧାରଣରେ ରାଜନଗର ବନାଞ୍ଚଳ ଅଧିକାରୀ ଓ ବନଖଣ୍ଡ ଅଧିକାରୀଙ୍କୁ ଏକାଧିକ ବାର ଅଭିଯୋଗ କରିଆସୁଥିଲେ l ଯାହାନେଇ ବନଖଣ୍ଡ ଅଧିକାରୀ ଯଜ୍ଞ ଦତ୍ତ ପତିଙ୍କ ନେତୃତ୍ୱରେ ଏକ ଟିମ ପଟ୍ଟାମୁଣ୍ଡାଇ ଅଂଚଳର ଚାରି ଗୋଟି ସ୍ଥାନରେ ଚଢ଼ାଉ କରିଥିଲେ l ସୁପ୍ରିମ କୋର୍ଟ ନିୟମାନୁଯାୟୀ ଗ୍ରାମ୍ୟ ଜଙ୍ଗଲ ଅଂଚଳରେ କୌଣସି କରତ କଳ କାର୍ଯ୍ୟକ୍ଷମ ହେବା ବେଆଇନ ଘୋଷିତ ହୋଇଛି l କିନ୍ତୁ ପଟ୍ଟାମୁଣ୍ଡାଇ ଅଂଚଳର କିଛି ମୁନାଫା ଖୋର ବ୍ୟକ୍ତି ଆଇନକୁ ଫାଙ୍କି ରାତି ଅଧିଆ କାଠ ଚିରଟି କରି ବେଶ ଦିପଇସା କମlଉଥିବା ବେଳେ ବନ ବିଭାଗର ଅତର୍କିତ ଚଢ଼ାଉକୁ ସାଧାରଣରେ ସ୍ୱାଗତ କରାଯାଇଛି l ମାତ୍ର ରାଜନଗର ବନଖଣ୍ଡ ଅଧିନସ୍ଥ ମହାକାଳପଡ଼ା ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ରାମନଗର ଅଂଚଳରେ ହେକ୍ଟର ହେକ୍ଟର ଝାଟି ଜଙ୍ଗଲ କିସମ ଜମିରୁ ବନବିଭାଗ ଆଢୁଆଳରେ କାଠ ମାଫିଆଙ୍କ ଆକାଶୀ ଗଛ କାଟି ନେବା ଅଂଚଳ ବାସୀଙ୍କ ପାଇଁ ବିଶେଷ ଦୁଃଖର ବିଷୟ ପାଲଟିଛି l ଆହୁରି ମଧ୍ୟ ସମ୍ପୃକ୍ତ ଅଂଚଳରେ କାଠର ପ୍ରlବଲ୍ୟତା ରୁ ଛତୁ ଫୁଟିଲା ଭଳି କାଠ କାରଖାନା ଗଢିଉଠିଥିବା ବେଳେ ବନବିଭାଗ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମାନେ ଦାବିକରନ୍ତି l