କେନ୍ଦ୍ରାପଡା,୨୮/ ୬: କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ଅଧିନସ୍ଥ ଜମ୍ବୁ ପଂଚାୟତ କଣ୍ଡରାପlଟିଆ ଓ ଜମ୍ବୁ ଉତ୍ତର ପଡ଼ାର ମଝିରେ ବହିଯାଇଥୁବା ଫୁଟା ଜୋର ନିକଟ ନିଛାଟିଆ ରାସ୍ତାରେ ଶୁକ୍ରବାର ରାତ୍ରିରେ ଦୁବୁର୍ତ୍ତମାନେ ଜଣେ ଅଚିହ୍ନା ମହିଳାଙ୍କ ଗଳାକାଟି ହତ୍ୟା କରି ଫିଙ୍ଗିଦେଇଥିଲେ l ଏପରିକି ମାକୁ ଅମାନୁଷିକ ଭାବେ ମାରିଦେବାପରେ ଶିଶୁପୁତ୍ରକୁ ପାଖରେ ଥିବା ବିଦ୍ୟୁତ ଖୁଣ୍ଟରେ ମୁର୍ମୁଷ ଅବସ୍ଥାରେ ବାନ୍ଧି ଛାଡି ଚାଲି ଯାଇଥିଲେ l ସକାଳୁ ବାଟୋଇ ଯିବା ଆସିବା କରିବା ବାଟରେ ରକ୍ତାକ୍ତ ଅବସ୍ଥାରେ ମୃତ ମହିଳାଙ୍କୁ ଦେଖିବା ସହିତ ଅନତି ଦୂରରେ ଗୁରୁତର ଶିଶୁ ପୁତ୍ରଟିକୁ ଦେଖି ସନ୍ଦେହ ଘନେଇ ଥିଲା l ଏନେଇ ଜମ୍ବୁ ପୋଲିକୁ ଖବର ଦେବା ସହିତ ଗ୍ରାମବାସୀ ମୁର୍ମୁଷ ଶିଶୁଟିକୁ ଉଦ୍ଧାର କରି ୧୦୮ ଯୋଗେ ପ୍ରଥମେ କେନ୍ଦ୍ରାପଡା ଓ ପରେ କଟକ ଚିକିତ୍ସା ପାଇଁ ପଠାଇଦେଇଥିଲେ l ଜମ୍ବୁ ଥାନା ଅଧିକାରୀ ମହେଶ୍ୱର ସେଠି ଘଟଣା ସ୍ଥଳରେ ପହଂଚି ଅନୁସନ୍ଧାନ ଜାରି ରଖିଥିବାବେଳେ ଏସଡ଼ିପିଓ ରାଜୀବ ଲୋଚନ ପଣ୍ଡା ହତ୍ୟା ସ୍ଥଳରେ ପହଂଚିଥିଲେ l ପରେ ପରେ ପୋଲିସ ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପଦ ସନ୍ଧାନୀ କୁକୁର ସହ ସଦଳ ବଳେ ପହଂଚି ପାରିପାର୍ଶିକ ସ୍ଥିତି ସହ ତନାଘନା ଜାରି ରଖିଥିଲେ l ଜମ୍ବୁ ଥାନା ଅଧିକାରୀ ଅପମୃତ୍ୟୁ ମାମଲା ୯୫/୨୧ ଯୋଗେ ଅପମୃତ୍ୟୁ ମାମଲା ରୁଜୁ କରିବା ସହିତ ନିଜେ ମାମଲାରେ ଆଇଓ ରହିଛନ୍ତି l କିନ୍ତୁ ଦୁଃଖର ବିଷୟ ମାମଲା ରୁଜୁ ହେବାର ୩୬ ଘଣ୍ଟା ପରେବି ପୋଲିସ ମହିଳାଙ୍କୁ ଚିହ୍ନଟ କରିବା ସହିତ ହତ୍ୟା କାରୀଙ୍କୁ ଠାବ କରିବାରେ ଅସଫଳ ହୋଇଛି l ଆଗାମୀ ଦିନରେ ଦେଖି ବାକୁ ବାକି ରହିଲା ପୋଲିସ ମୃତକଙ୍କ ପରିବାରକୁ କି ପ୍ରକାର ନ୍ୟାୟ ଦେଉଛି ଓ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି l