ଆଦର୍ଶ ଆଚରଣ ଵିଧି ପୂର୍ବରୁ ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ୱିତ ନେଇ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ

କେନ୍ଦ୍ରାପଡା,୧୭/୧୦: ରାଜ୍ୟରେ ୨୦୨୨ରେ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ନେଇ ସରକାରୀ କଳ ଆସନ ତାଲିକା ପ୍ରକାଶ କରିଛନ୍ତି l ଆସନ ସଂରକ୍ଷଣ ନେଇ ଅଭିଯୋଗ ଓ ପରେ ଫାଇନାଲ ତାଲିକା ଘୋଷଣା ହେବାର ଵିଧି ରହିଛି l ସର୍ବୋପରି ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଘୋଷଣା ହେଲେ ଆଦର୍ଶ ଆଚରଣ ଵିଧି ଜାରି ରହିବ l ଏହାର ଅବ୍ୟହିତ ପୂର୍ବରୁ ଅଧାରେ ଅଟକିଥିବା ପ୍ରକଳ୍ପ କାର୍ଯ୍ୟ ସାରିବା ଓ ନୂତନ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ୱିତ ନେଇ ଜିଲ୍ଲା ପ୍ରଶାସନ ସମୀକ୍ଷା ବୈଠକ ଆୟୋଜନ କରିଥିଲାl କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କେନ୍ଦ୍ରାପଡା ଟାଉନହଲ ଠାରେ ବ୍ଲକ ସହକାରୀ ଯନ୍ତ୍ରୀ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକରେ ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ସମେତ ଅନ୍ୟାନ୍ୟ ସମସ୍ତ ଜିଲ୍ଲା ସ୍ତରୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ୱିତ କରାଇ ଆଶାତିତ ଭାବେ ଡ଼ିସେମ୍ବର ୨୫ ପୂର୍ବରୁ ସାରିବାକୁ ସୂଚନା ଦେଇଥିଲେ l ପ୍ରକଳ୍ପ ଗୁଡିକର କାର୍ଯ୍ୟ ଆଗେଇ ଚାଲିଲେ ସାଧାରଣ ଜନତାଙ୍କ ସହାୟ ହୋଇପାରିବ ବୋଲି ଅଧିକାରୀ ମାନେ ମନ୍ତବ୍ୟ ରଖିଥିବାର ଜଣାପଡିଛି l