ଦଳିତ ପରିବାରକୁ ବାସଚ୍ୟୁତ କଲା ପ୍ରଶାସନ, ପଲିଥିନ ତଳେ କଟୁଛି ଜୀବନ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅଧିନସ୍ଥ ପତରପୁର ପଂଚାୟତ ଅନ୍ତର୍ଗତ ରାହାସ ପୁର ଗ୍ରାମର ଭରତ ମଳିକଙ୍କ ବାସଗୃହକୁ ଆଳି ପ୍ରଶାସନ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି l ଦଳିତ ପରିବାର ଦୀର୍ଘ ଦିନ ହେବ ଏକ ସରକାରୀ ଜମି ଉପରେ ଘର କରି ରହିଆସୁଥିଲେ l ପ୍ରଶାସନ ପରିବାରଟିକୁ ବାସଚ୍ୟୁତ କରିବା ପରେ ଅନନ୍ୟୋପାୟ ହୋଇ ପରିବାର ଲୋକେ ପଲିଥିନ ତଳେ ଦିନ କାଟୁଛନ୍ତି l ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେତୁ ପରିବାରଲୋକେ ପଲିଥିନ ତଳେ ଆଉଟି ପାଉଟି ହେଉଛନ୍ତି l ଏହି ଦୁଖଃଦ ସମୟରେ ଭାଜପା ଜିଲ୍ଲା ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ପରିବାରକୁ ଭେଟି ସମବେଦନା ଜଣାଇବା ସହିତ ସହାୟତାର ହାତ ବଢ଼ାଇଛନ୍ତି l କୋଭିଡ ସଂକ୍ରମଣ ଏଡାଇବା ପାଇଁ ଅତ୍ୟାବଶ୍ୟକ ନଥିଲେ ଘରୁ ନ ବାହାରିବାକୁ ପ୍ରଶାସନିକ ସଚେତନ ବାର୍ତ୍ତା ରହିଥିବା ସ୍ଥଳେ ବିପର୍ଯ୍ୟୟ ସମୟରେ ଜନମଙ୍ଗଳ ରାଷ୍ଟ୍ରରେ ପ୍ରଶାସନର ବାସଚ୍ୟୁତ କାର୍ଯ୍ୟ କ୍ରମକୁ ସାଧାରଣରେ ନାପସନ୍ଦ କରୁଛନ୍ତି l