କିମ୍ସ ପକ୍ଷରୁ କିମ୍ସ ଲ୍ୟାବ୍ ପ୍ରଫେସନାଲ ସପ୍ତାହ-୨୦୨୬ ଆୟୋଜିତ

ଭୁବନେଶ୍ୱର, ୨୬/୦୪ : କିମ୍ସ ପକ୍ଷରୁ ଆୟୋଜିତ ହୋଇଯାଇଛି କିମ୍ସ ଲ୍ୟାବ ପ୍ରଫେସନାଲ ସପ୍ତାହ-୨୦୨୬ । କିମ୍ସ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କିଟ୍ ଉପ କୁଳପତି ଡା ସିବିକେ ମହାନ୍ତି, ପ୍ରତିଷ୍ଠାତାଙ୍କ ପରାମର୍ଶଦାତା ଡା ଆର. ଏନ ସାମନ୍ତ, କିମ୍ସ ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଆର.ସି ଦାସ ଏବଂ କିମ୍ସ ମେଡିକାଲ ଅଧୀକ୍ଷକ ଡା ମାନସ ବେହେରା ପ୍ରମୁଖ ଯୋଗଦେଇଥିଲେ। କିମ୍ସ ମେଡିକାଲର ଲ୍ୟାବ ନିର୍ଦ୍ଦେଶକ ସୌରଭ ପାତ୍ର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ଅତିଥିମାନଙ୍କୁ ସମ୍ମାନିତ କରିଥିଲେ । ଲ୍ୟାବ ପ୍ରଫେସନାଲଙ୍କୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ବୋଲି କହିଛନ୍ତି କିମ୍ସ ମେଡିକାଲର ଲ୍ୟାବ ନିର୍ଦ୍ଦେଶକ ସୌରଭ ପାତ୍ର । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ଼ ଅଚ୍ୟୁତ ସାମନ୍ତଙ୍କୁ ଏଥିପାଇଁ ସେ ଧନ୍ୟବାଦ ଜ୍ଞାପନ କରିଛନ୍ତି। ହସ୍ପିଟାଲରେ ରୋଗୀ ସେବା କ୍ଷେତ୍ରରେ ଲ୍ୟାବର ଭୂମିକା ନେଇ ଆଜି କିମ୍ସ ଲ୍ୟାବର ଷ୍ଟାଫମାନେ ଓ ହସ୍ପିଟାଲ ଷ୍ଟାଫମାନେ ଏକ ସଚେତନତା ୱାକଥନ କରିଥିଲେ । ପ୍ରଥମେ କିମ୍ସ ହସ୍ପିଟାଲ ପରିସରରୁ ଆରମ୍ଭ କରି ଏହି ୱାକାଥନ ମ୍ୟାଗନେଟ ଛକ ଯାଏ ଯାଇଥିଲେ ।