ଶରୀରରେ ରକ୍ତ ଅଭାବକୁ ଦୂର କରେ କିସ୍‌ମିସ୍‌, ଜାଣନ୍ତୁ କିପରି କରିବେ ବ୍ୟବହାର

0

ଶରୀରରେ ହେମୋଗ୍ଲୋବିନର ପରିମାଣ କମ୍ ହେଲେ, ବ୍ୟକ୍ତିକୁ ଅନେକ ରୋଗ ଘେରି ରହିଥାଏ। କିଡ୍‌ନୀ ସହିତ ଜଡିତ ଅଧିକାଂଶ ରୋଗ ରକ୍ତ ଅଭାବରୁ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ମଧ୍ୟ ରକ୍ତ ଅଭାବ ଥାଏ, ତେବେ ରକ୍ତ ବଢାଇବା ପାଇଁ ଆପଣ କେବଳ ଔଷଧ ବ୍ୟବହାର କରିବା ଜରୁରୀ ନୁହେଁ । ଆପଣ କିଛି ଘରୋଇ ଉପଚାରକୁ ଆପଣେଇ ଶରୀରରେ ହେମୋଗ୍ଲୋବିନର ଅଭାବକୁ ମଧ୍ୟ ସଂପୂର୍ଣ୍ଣ କରିପାରିବେ। ଏପରି ଏକ ପ୍ରଭାବଶାଳୀ ଉପଚାର ହେଉଛି ଭଜା ହୋଇଥିବା କିସମିସ୍।

ଭିଜା ହୋଇଥିବା କିସମିସରେ ଆଇରନ୍, ପୋଟାସିୟମ, କ୍ୟାଲସିୟମ, ମ୍ୟାଗ୍ନେସିୟମ ଏବଂ ଫାଇବର ଭରପୂର ମାତ୍ରାରେ ଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ ରକ୍ତ ପରିମାଣ ବଢିଥାଏ ଏବଂ ରକ୍ତହୀନତା ଦୂର ହୋଇଥାଏ। ଏଥିପାଇଁ ଆପଣ ପ୍ରତିଦିନ ରାତିରେ ୫୦ ଗ୍ରାମ କିସମିସକୁ ଭିଜାଇ ଦିଅନ୍ତୁ। ସକାଳେ ଉଠିବା ପରେ ପ୍ରଥମେ କିସମିସ୍ ପାଣି ପିଅନ୍ତୁ ଏବଂ ପରେ କିସମିସ୍ ଖାଆନ୍ତୁ। ଭିଜାଇଥିବା କିସମିସ୍ ସହିତ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ହୋଇଥାଏ।

ଭିଜା ହୋଇଥିବା କିସମିସ୍ ଖାଇବାର ଫାଇଦା :

-ଭିଜା ହୋଇଥିବା କିସମିସ୍ ଫାଇବରରେ ଭରପୂର ହୋଇଥାଏ, ଏହାକୁ ନିୟମିତ ଖାଇବା ଦ୍ୱାରା ହଜମ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।

-ଭିଜା ହୋଇଥିବା କିସମିସ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ସାହାଯ୍ୟ କରେ। ଏହା ଜୀବାଣୁ ଏବଂ ସଂକ୍ରମଣ ସହିତ ଲଢିବାରେ ମଧ୍ୟ ସାହାଯ୍ୟ କରିଥାଏ।

-ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ ରଖିବା ପାଇଁ କ୍ୟାଲସିୟମ ଆବଶ୍ୟକ। ତେଣୁ କିସମିସ୍ ଦାନ୍ତ ଏବଂ ହାଡ ପାଇଁ ମଧ୍ୟ ଖାଇପାରିବେ। ୧୦୦ ଗ୍ରାମ୍ କିସମିସ୍ ଭିତରେ ପ୍ରାୟ ୫୦ ମିଗ୍ରା କ୍ୟାଲସିୟମ୍ ଥାଏ। ଯାହା ଆପଣଙ୍କ ଦାନ୍ତ ଏବଂ ହାଡକୁ ଶକ୍ତିଶାଳୀ କରିବା ପାଇଁ କାମ କରେ।

-କିସମିସ୍ ଖାଇବା ଦ୍ୱାରା ପାଟିରୁ ଆସୁଥିବା ଗନ୍ଧ ମଧ୍ୟ ଦୂର ହୋଇଥାଏ।

-ଯଦି ଆପଣଙ୍କର ଓଜନ ବୃଦ୍ଧି ହେଉନାହିଁ, ତେବେ ଭିଜାଇଥିବା କିସମିସ୍ ଖାଆନ୍ତୁ । ଏହାକୁ ଖାଇବା ଦ୍ୱାରା ସହଜରେ ଓଜନ ବୃଦ୍ଧି ହୋଇଥାଏ।

SBI AD
Leave A Reply

Your email address will not be published.