ନୂଆଦିଲ୍ଲୀ : ଆଧାର କାର୍ଡକୁ ପାନ୍ କାର୍ଡ ସହ ଯୋଡ଼ିବା ବାଧ୍ୟତାମୂଳକ କରାଯାଇଛି। ୧ ଏପ୍ରିଲ ୨୦୨୩ ଠାରୁ ଯେଉଁ ପାନ୍ କାର୍ଡ ଆଧାର କାର୍ଡ ସହ ଲିଙ୍କ୍ ନଥିବା ତାହା ନିଷ୍କ୍ରିୟ ହୋଇଯିବ। ନିକଟରେ ଆୟକର ବିଭାଗ ଏହାକୁ ନେଇ ଏକ ଟ୍ବିଟ୍ କରି ଚେତାବନୀ ଦେଇଥିଲା। ଏହା ସହ ଜଡିତ ଅନେକ କାମ ଯେମିତିକି ଲୋନ୍, କ୍ରେଡିଟ୍ କାର୍ଡ ଏବଂ ବ୍ୟାଙ୍କିଂ ସହ ଜଡ଼ିତ ଅନେକ କାମରେ ଅସୁବିଧା ଆସିପାରେ। ଯଦି ଆପଣ ମଧ୍ୟ ଏପର୍ଯ୍ୟନ୍ତ ପାନ୍ କାର୍ଡ ସହ ଆଧାର ଲିଙ୍କ୍ କରି ନାହାନ୍ତି ତେବେ ଯଥାଶୀଘ୍ର ଲିଙ୍କ୍ କରାଇନିଅନ୍ତୁ। ତେବେ ଆପଣ ଅନ୍ଲାଇନ୍ରେ ଅତି ସହଜରେ ପାନ୍-ଆଧାର ଷ୍ଟାଟସ ଦେଖିବା ସହ ଯଦି ପାନ୍-ଆଧାର ଲିଙ୍କ୍ ହୋଇନାହିଁ ତାହାକୁ ମଧ୍ୟ ଅତି ସହଜରେ ଲିଙ୍କ୍ କରିପାରିବେ।
ପାନ୍ ସହ ଆଧାର ଲିଙ୍କ୍ ହୋଇଛି କି’ ନାହିଁ ଏମିତି କରନ୍ତୁ ଚେକ୍ :
ପ୍ରଥମେ ଇନକମ୍ ଟ୍ୟାକ୍ସ ଇ-ଫାଇଲିଙ୍ଗ୍ ପୋର୍ଟାଲ୍ https://www.incometax.gov.in/ ରେ ଲଗ୍ ଇନ୍ କରିବାକୁ ହେବ । ଏହାପରେ ହୋମ୍ପେଜ୍ରେ ହିଁ ଆପଣଙ୍କୁ ‘Quick Links’ ଅପ୍ସନ ମିଳିଯିବ
ଏହି କ୍ବିକ୍ ଲିଙ୍କ୍ସ ଅପ୍ସନରେ ଆପଣଙ୍କୁ ‘Link Aadhar Status’ ରେ କ୍ଲିକ୍ କରିବାକୁ ହେବ ।
ଏହାକୁ କ୍ଲିକ୍ କରିବା ପରେ ଏଥିରେ ଆପଣଙ୍କ ସାମ୍ନାରେ ଦୁଇଟି ବକ୍ସ ମିଳିବ ଯେଉଁଥିରେ ଆଧାର ନମ୍ବର ଏବଂ ପାନ୍ ନମ୍ବର ଦେବାକୁ ହେବ ।
ଏହାପରେ ଆପଣ ଜାଣିପାରିବେ ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇଛି କି ନାହିଁ?
ଏମିତି କରନ୍ତୁ ପାନ୍-ଆଧାର ଲିଙ୍କ୍:
ଯଦି ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇନାହିଁ ତେବେ ଏହି ପୋର୍ଟାଲରେ ହିଁ ଆପଣ ପାନ୍-ଆଧାର ଲିଙ୍କ୍ କରିପାରିବେ ।
ଆୟକର ବିଭାଗର ଓ୍ବେବସାଇଟ୍ର ହୋମ୍ପେଜ୍ରେ କ୍ବିକ୍ ଲିଙ୍କ୍ସରେ ’Link Aadhar’ ଅପ୍ସନ ରହିଛି ।
ଯେଉଁଠାରେ ଆପଣ ଆଧାର ପାନ୍ ନମ୍ବର ଦେଇ ଭାଇଡେଟ୍ କରିବାକୁ ହେବ ।
ଏହାପରେ ଆପଣଙ୍କ ପାନ୍ ଆଧାର ଲିଙ୍କ୍ ହୋଇଯିବ।