ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁମାର ମଙ୍ଗଳମ୍ ବିର୍ଲା, ୧୨ ହଜାର କୋଟି ବିନିଯୋଗ ପାଇଁ ପ୍ରସ୍ତାବ

ଭୁବନେଶ୍ୱର, ୧୧/୦୭ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧ୍ୟକ୍ଷ ଶ୍ରୀ କୁମାର ମଙ୍ଗଳମ୍ ବିର୍ଲାଙ୍କ ସହ ରାଜ୍ୟରେ ଗ୍ରୁପର ଚଳିତ ଓ ପ୍ରସ୍ତାବିତ ବିନିଯୋଗ ପ୍ରଗତି ନେଇ ଆଲୋଚନା କରିଛନ୍ତି। ଏହି ବୈଠକରେ ରାଜ୍ୟରେ ଆଦିତ୍ୟ ବିର୍ଲା ଗ୍ରୁପର ବିଭିନ୍ନ ପ୍ରକଳ୍ପର କାର୍ୟ୍ୟାନ୍ୱୟନ, ସମୟମତେ ସହଜୀକରଣ ଓ ରାଜ୍ୟରେ ଗ୍ରୁପର ଆହୁରି ବିସ୍ତାର ପାଇଁ ଆଲୋଚନା ହୋଇଥିଲା।