ଶ୍ବଶୁରଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା

ଭୁବନେଶ୍ବର, ୦୨/୦୫ : ଶ୍ବଶୁରଘରେ ଜ୍ବାଇଁଙ୍କୁ ଗୁଳିକରି ହତ୍ୟା । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଜ୍ବାଇଁର ମୃତଦେହ ଉଦ୍ଧାର। କନ୍ଧମାଳ ବେଲଘର ଥାନା ସାପେରି ଗାଁରେ ଚାଞ୍ଚଲ୍ୟ ଦେଶୀ ବନ୍ଧୁକରୁ ଗୁଳିକରି ହତ୍ୟା ଅଭିଯୋଗ । ଶିକାର କରିବା ବାହାନାରେ ଡାକିନେଇ ହତ୍ୟା । ଶଳାମାନେ ଡାକିନେଇ ହତ୍ୟା କରିବା ଅଭିଯୋଗ । ଜମିବାଡ଼ି ଭାଗବଣ୍ଟାକୁ ନେଇ ହତ୍ୟାକାଣ୍ଡ ସନ୍ଦେହ। ମୃତଦେହ ଜବତ କରି ବେଲଘର ପୋଲିସର ତନାଘନା। ଗତବର୍ଷ ମଧ୍ୟ ନନ୍ଦିପଦା ଥାନା ଠୂଣି ଗାଁରେ ଘରୋଇ କଳହକୁ ନେଇ ଉପୁଜିଥିଲା ସାଙ୍ଘାତିକ ପରିସ୍ଥିତି । ଶଶୁର ଘର ଲୋକେ ଜ୍ୱାଇଁ ଚର୍ଚ୍ଚା କରିବା ବଦଳରେ ଗରମ ପାଣି ଢ଼ାଳିବା ସହିତ କରିଥିଲେ ଆକ୍ରମଣ। ଜ୍ବାଇଁ ଆନନ୍ଦପୁର ମେଡିକାଲରେ ଭର୍ତ୍ତି ହୋଇଥିଲେ । ଗାଁର କୁଶ ନାଇକ ନାମକ ଯୁବକ ସେହି ଗାଁର କୁନି ନାଇକକୁ ବିବାହ କରିଥିବା ବେଳେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ଲାଗି ରହୁଥିଲା । ତେବେ କଳହକୁ ନେଇ ସ୍ତ୍ରୀ କୁନି ନିଜ ବାପ ଘରେ ରହୁଥିଲେ । କୌଣସି କାମରେ କୁଶ ନିଜ ଶ୍ୱଶୁର ଘର ସାମ୍ନା ରାସ୍ତାରେ ଯାଉଥିବା ସମୟରେ ଅଚାନକ ତାଙ୍କ ସ୍ତ୍ରୀ, ମାଉସୀ ଶାଶୁ ଓ ଶଳା ତାଙ୍କ ଉପରକୁ ଗରମ ପାଣି ଛାଟି ଦେବା ସହିତ ଆକ୍ରମଣ କରିଥିଲେ । ଏହି ଘଟଣା ରେ ତାଙ୍କ ଦେହର ଅନେକାଂଶ ପୋଡି ଯାଇଥିବା ବେଳେ ତାଙ୍କୁ ଆନନ୍ଦପୁର ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା ।