ବଳଙ୍ଗା ନାବାଳିକା ପୀଡ଼ିତାଙ୍କ ଆଜି କରାଯିବ ଶେଷକୃତ୍ୟ

ଭୁବନେଶ୍ୱର, ୦୪/୦୮ : ବଳଙ୍ଗା ବାୟାବର ଗାଁରେ ପହଞ୍ଚିଛି ନାବାଳିକା ପୀଡ଼ିତାଙ୍କ ପାର୍ଥିବ ଶରୀର । ଆଜି ସକାଳ ୯ଟାରେ ଆରମ୍ଭ ହେବ ବନ୍ଧୁ ବାନ୍ଧବ ଙ୍କ ଉପସ୍ଥିତିରେ ସାମୁହିକ ଜହ୍ନଜା ନମାଜ ପଠା । ନମାଜ ପାଠ କରାଯିବା ପରେ ପୀଡ଼ିତାଙ୍କ ଶେଷକୃତ୍ୟ କାର୍ଯ୍ୟ କରାଯିବ ।ରବିବାର ରାତିରୁ ବାୟାବର ଗାଁରେ ୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଗାଁର ସମସ୍ତ ରାସ୍ତାରେ ଜଗିରହିଛନ୍ତି ପୋଲିସ ଫୋର୍ସ । ଏବେବି ଅତିରିକ୍ତ ଏସପି, ଅତିରିକ୍ତ ତହସିଲଦାର ଓ ପୋଲିସ ଅଧିକାରୀ ଉପସ୍ଥିତ ଅଛନ୍ତି । ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଥିଲା ମୃତଦେହ । ଏହି ସମୟରେ ସେଠାରେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା । ନାବାଳିକାର ଶରୀର ୭୦ ପ୍ରତିଶତ ପୋଡ଼ି ଯାଇଥିବାରୁ ତାଙ୍କୁ ଜୁଲାଇ ୨୨ ତାରିଖ ଦିନ ଏମ୍‌ସ ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା । ଏଥିପାଇଁ ଭୁବନେଶ୍ୱର ଏମ୍ସରୁ ବିମାନବନ୍ଦରକୁ ଗ୍ରୀନ କରିଡ଼ରରେ ପୀଡିତାଙ୍କୁ ନିଆଯାଇଥିଲା ।ପୀଡିତାଙ୍କ ବାପା ଝିଅର ମାନସିକ ସ୍ଥିତି ଭଲ ନ ଥିଲା ଓ ଏଥିପାଇଁ କାହାକୁ ଦାୟୀ କରି ନଥିବା ପ୍ରକାଶ କରିଥିଲେ ।