ଭୁବନେଶ୍ୱର, ୦୫/୦୫ : ଓଡ଼ିଶା, ଦିଲ୍ଲୀ, ଉତ୍ତର ପ୍ରଦେଶ ଏବଂ ମଧ୍ୟ ପ୍ରଦେଶ ସମେତ ଅନେକ ରାଜ୍ୟର ପାଗ ଦ୍ରୁତ ଗତିରେ ପରିବର୍ତ୍ତନ ହେଉଛି। କିଛି ଦିନ ପୂର୍ବରୁ ଲାଗି ରହିଥିବା ପ୍ରବଳ ଗରମରୁ ମୁକ୍ତି ମିଳିବାର ସମ୍ଭାବନା ଥିବା ବେଳେ ପାଣିପାଗ ବିଭାଗ କିଛି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କତା ଜାରି କରିଛି। ଆଜି ପାଣିପାଗ ବିଭାଗ ଉତ୍ତର ପ୍ରଦେଶ, ବିହାର, ଝାଡ଼ଖଣ୍ଡ, ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଜମ୍ମୁ କଶ୍ମୀର, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ତାମିଲନାଡୁ ଏବଂ କେରଳ ସମେତ ୧୪ଟି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ପାଇଁ ସତର୍କତା ଜାରି କରିଛି। ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ ପାଇଁ ମଧ୍ୟ ସତର୍କତା ଜାରି କରାଯାଇଛି ।