ଭୁବନେଶ୍ବର,୧୫/୬ : ଦେଶରେ ପୁଣିଥରେ ତାଲା ବନ୍ଦ ହୋଇପାରେ । କାରଣ ଦିନକୁ ଦିନ ବଢୁଥିବା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁ ସଂଖ୍ୟାକୁ ଦେଖି ଏହା କୁହାଯାଉଛି। ଯଦିଓ କେନ୍ଦ୍ର ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି କିନ୍ତୁ ଜଣାପଡୁଛି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଦୁଇ ଦିନିଆ ଭିଡିଓ କନଫରେନ୍ସିଂ ପରେ ପୁଣିଥରେ ତାଲା ବନ୍ଦ କରିବାକୁ ଘୋଷଣା କରିପାରନ୍ତି । ଇକୋନୋମିକ ଟାଇମ୍ସର ରିପୋର୍ଟ ଅନୁଯାୟୀ କଣ୍ଟେନମେଣ୍ଟ ଜୋନରେ ଥିବା ସ୍ଥାନ ମାନଙ୍କରେ କୌଣସି ପ୍ରକାର କଟକଣା କୋହଳ ନକରିବା ପାଇଁ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କୁ କେନ୍ଦ୍ର ସରକାର ନିର୍ଦେଶ ଦେଇପାରନ୍ତି । ଏଥି ସହିତ ସହରାଞ୍ଚଳରେ ଥିବା କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ଯାଇ କରୋନା ଟେଷ୍ଟ ପାଇଁ ନମୂନା ସଂଗ୍ରହ କରିବା ସହ ସାମଜିକ ଦୂରତା, ମାକ୍ସ ପିନ୍ଧିବା ଏବଂ ଅନ୍ୟାନ୍ୟ ସତର୍କତା ଅବଲମ୍ବନ କରିବାକୁ ସଚେତନ କରିବାକୁ ପ୍ରଧାନମନ୍ତ୍ରୀ ନିର୍ଦେଶ ଦେଇପାରନ୍ତି।
କିଛି ଦିନ ମଧ୍ୟରେ ଦେଶରେ କିଛି ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ରୂପ ଧାରଣ କରିଛି । ଏଣୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟମାନଙ୍କଠାରୁ ମତାମତ ଗ୍ରହଣ କରୁଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ୧୬ ଏବଂ ୧୭ ତାରିଖରେ ବୈଠକ କରିବେ। ପ୍ରଧାନମନ୍ତ୍ରୀ ବୈଠକର ପ୍ରଥମ ଦିନରେ କରୋନାରେ କମ୍ ମାତ୍ରାରେ ପ୍ରଭାବିତ ରାଜ୍ୟମାନଙ୍କ ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଆଲୋଚନା କରିବେ ଏବଂ ଦ୍ବିତୀୟ ଦିନରେ ଅଧିକ ପ୍ରଭାବିତ ରାଜ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିବେ।
ଜାତୀୟ ଗଣାମଧ୍ୟରେ ପ୍ରକାଶିତ ଖବର ଅନୁସାରେ ବୈଠକରେ ପ୍ରଧାନମନ୍ତ୍ରୀ ବୈଠକରେ ମୁଖ୍ୟମନ୍ତ୍ରୀମାନଙ୍କୁ ପରାମର୍ଶ ମାଗିପାରନ୍ତି । ମୁଖ୍ୟମନ୍ତ୍ରୀମାନଙ୍କ ପରାମର୍ଶ ଆଧାରରରେ ରଣନୀତି ପ୍ରସ୍ତୁତ କରାଯିବ। ତେବେ ପୁନର୍ବାର ଲକ୍ ଡାଉନ ଘୋଷଣା କରିବାର ଯୋଜନା ବର୍ତ୍ତମାନ ପର୍ଯ୍ୟନ୍ତ କରାଯାଇନାହିଁ । କରେନା ସଂକ୍ରମଣକୁ ରୋକିବାର ମୁଖ୍ୟ ଚାବି ସାମାଜିକ ଦୂରତା ଅବଲମ୍ବନ କରିବା ଯଦି ଜନସାଧାରଣ ତାହା ପାଳନ କରନ୍ତି ତେବେ କରୋନା ସଂକ୍ରମଣ ହ୍ରାସ ପାଇବ ।