ଶନି ଦେବଙ୍କ କୃପା ଲାଭ କରିବା ପାଇଁ କରନ୍ତୁ ଏହିସବୁ ଉପାୟ…

ଶନି ଗ୍ରହ ସାଧାରଣତଃ ସମସ୍ତଙ୍କୁ ଭୟଭୀତ କରିଥାନ୍ତି । ସବୁ ଗ୍ରହମାନଙ୍କ ମଧ୍ୟରେ ଶନି ଗ୍ରହ ସମସ୍ତଙ୍କ ଠାରୁ ଧୀରେ ଚାଲନ୍ତି । ବୈଦିକ ଜ୍ୟୋତିଷଶାସ୍ତ୍ରରେ ଶନିଙ୍କ ବିଶେଷ ମହତ୍ୱ ରହିଛି । କୁଣ୍ଡଳୀରେ ଶନି ଶୁଭ ସ୍ଥାନରେ ଥିଲେ ବ୍ୟକ୍ତି ଭିକାରୀରୁ ରାଜା ପାଲଟିଯାଏ । ଶନି ଯଦି କୁଣ୍ଡଳୀର ଅଶୁଭ ସ୍ଥାନରେ ଥାଆନ୍ତି ତାହେଲେ ବ୍ୟକ୍ତିଙ୍କୁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡେ । କୁଣ୍ଡଳୀରେ ଶନିଙ୍କ ସ୍ଥିତିକୁ ଶୁଭ କରିବା ପାଇଁ କିଛି ଉପାୟ ରହିଛି । ଏହି ଉପାୟ ଅବଲମ୍ବନ କଲେ ଶନିଙ୍କ କୃପା ରହିବ ।

ଶନିଙ୍କୁ ପ୍ରସନ୍ନ କରିବା ପାଇଁ ସବୁଠାରୁ ଉତ୍ତମ ଉପାୟ ହେଲା, ଶନିବାର ଦିନ ଶନି ପ୍ରଦୋଷ, ଶନି ଅମାବାସ୍ୟା, ଶନି ଜୟନ୍ତୀ ଏବଂ ଭଗବାନ ହନୁମାନଙ୍କ ଆରାଧନା କରିବା ଉଚିତ ।

– ଶନିବାର ଦିନ ସୋରିଷ ତେଲରେ ରୁଟି ତିଆରି କରି କଳା କୁକୁରକୁ ଖାଇବାକୁ ଦେବା ଉଚିତ ।

– ଯଦି ଶନିଙ୍କ ମହାଦେଶ ଚାଲିଛି ତାହେଲେ ମାଂସ-ମଦ ବର୍ଜନ କରି ଶାକାହାରୀ ଭୋଜନ କରିବା ଉଚିତ ।

– ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରନ୍ତୁ । ଫଳରେ ଶନିଙ୍କ କୁପ୍ରଭାବରୁ ମୁକ୍ତି ମିଳିବ ।

– ଶନିଙ୍କ କୁପ୍ରଭାବରୁ ମୁକ୍ତି ପାଇବା ପାଇଁ ଶନିବାର ଦିନ କଳା ଗାଈକୁ ଖାଇବାକୁ ଦେଇ ସେବା କରିବା ଉଚିତ ।

– ପ୍ରତି ଶନିବାର ଦିନ ଶନି ମନ୍ଦିର ଯାଇ ଶନି ମହାରାଜଙ୍କୁ ସୋରିଷ ତେଲ ଅର୍ପଣ କରିବା ଉଚିତ ।

– ଅଶ୍ୱତ୍ଥ ବୃକ୍ଷ ମୂଳରେ ତେଲ ଦୀପ ଲଗାଇ ପୂଜା କଲେ ଶନିଙ୍କ କୃପା ମିଳିଥାଏ ।

– ହନୁମାନ ଚାଳିଶା, ଭୈରବ ଚାଳିଶା ଓ ଶନି ଚାଳିଶା ପାଠ କରିବା ଦ୍ୱାରା ଶନିଙ୍କ କୃପା ପ୍ରାପ୍ତ ହୋଇଥାଏ ।