ଭୁବନେଶ୍ୱର ,୨୫/୫ : ପ୍ରେମ ସମ୍ପର୍କକୁ ନେଇ ସବୁ ମଣିଷଙ୍କ ସ୍ୱଭାବ ଭିନ୍ନ ଭିନ୍ନ ରହିଥାଏ । ଏହା ମଧ୍ୟ ଏକ ସ୍ୱାଭାବିକ କଥା । ଯେହେତୁ ସବୁ ମଣିଷଙ୍କ ସ୍ୱଭାବ ଭିନ୍ନ ଭିନ୍ନ ପ୍ରତ୍ୟେକ ମାମଲାରେ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । କେହି କେହି ପ୍ରେମ ମାମଲାରେ ଭାବପ୍ରବଣ ହୋଇଥାନ୍ତି ତ କେହି କେହି କଠୋର ହୋଇଥାନ୍ତି । କେହି ଅତ୍ୟନ୍ତ ନରମ ଓ ଶାନ୍ତ ସ୍ଵଭାଵର ଥିବାବେଳେ ଆଉ କେହି ରାଗି ସ୍ୱଭାବର ଥାଆନ୍ତି। ଜ୍ୟୋତିଷଶାସ୍ତ୍ର ଅନୁସାରେ, ୫ଟି ରାଶିର ବ୍ୟକ୍ତି ବିଶେଷ ପ୍ରେମ ମାମଲାରେ ଅତ୍ୟନ୍ତ ଭାବପ୍ରବଣ ହୋଇଥାନ୍ତି । ଏମାନେ ଖୁବ ଶୀଘ୍ର ତରଳି ଯାଆନ୍ତି । ଆସନ୍ତୁ ଜାଣିବା ସେହି ୫ଟି ରାଶି କିଏ କିଏ ।
ମେଷ – ମେଷ ରାଶିର ବ୍ୟକ୍ତି ବିଶେଷ ବହୁତ ଉତ୍ସାହ ପ୍ରବଣ ହୋଇଥାନ୍ତି। ଏମାନଙ୍କ ମନରେ ଯାହା ବି ଥାଏ କହିଦିଅନ୍ତି । ମନରେ କୌଣସି କଥା ଲୁଚାନ୍ତିନି । ପ୍ରେମ ମାମଲାରେ ଏମାନଙ୍କ ଧୈର୍ଯ୍ୟ ନଥାଏ ।ଯଦି ଏମାନଙ୍କୁ କିଏ ପ୍ରଥମ ଦେଖା ପସନ୍ଦ ଆସିଯାଏ ଏମାନେ ତାକୁ ହୃଦୟ ଦେଇ ବସନ୍ତି ଏବଂ ଏକ ତରଫା ପ୍ରେମ କରିବସନ୍ତି । ମଉକା ମିଳିଲେ ଏମାନେ ନିଜ ମନର ଭାବନାକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତିନି । ପ୍ରେମ ମାମଲାରେ ଏମାନେ ବିଶ୍ୱାସଯୋଗ୍ୟ ସାଥି ଅଟନ୍ତି । ଏମାନେ ସାଧାରଣତଃ ନିଜ ପ୍ରେମ ଉପରେ ଅଧିକାର ସାବ୍ୟସ୍ତ କରିଥାନ୍ତି ।
କର୍କଟ – କର୍କଟ ରାଶିର ବ୍ୟକ୍ତି ବିଶେଷ ଭାବୁକ ସ୍ୱଭାବର ହୋଇଥାନ୍ତି | ଯଦି ଏମାନଙ୍କ ହୃଦୟକୁ କେହି ପସନ୍ଦ ଆସିଯାଏ ତାହେଲେ ଏମାନେ ତା ପାଇଁ ପାଗଳ ହୋଇଯାନ୍ତି । ଏମାନେ ଅଧିକାଂଶ ସମୟରେ ନିଜ ପ୍ରେମ ସମ୍ପର୍କରେ ଅର୍ଥାତ ଯିଏ ତାଙ୍କୁ ଭଲ ଲାଗିଥାଏ ତା ଭାବନାରେ ବୁଡି ରହନ୍ତି । କିନ୍ତୁ କର୍କଟ ରାଶି ବ୍ୟକ୍ତିଙ୍କ ମଧ୍ୟରେ ଗୋଟିଏ ଜିନିଷ ପ୍ରଶଂସନୀୟ ହୋଇଥାଏ । ଏମାନେ ଯାହାକୁ ବି ହେଲେ ମନେଇ ପାରନ୍ତି । ସେଥିପାଇଁ କେହି ଏମାନଙ୍କ ଉପରେ ଅଧିକ ସମୟ ଧରି ଅଭିମାନ କରି ପାରିନଥାଏ । ନିଜ ପ୍ରେମିକ/ପ୍ରେମିକା ସହ ଏମାନେ ଅତ୍ୟଧିକ ଭାବନାତ୍ମକ ଭାବେ ଜଡିତ ଥାଆନ୍ତି । ପ୍ରେମ ସମ୍ପର୍କ ଏମାନଙ୍କ ପାଇଁ ବହୁତ ମହତ୍ୱ ରଖେ ।
ସିଂହ – ସିଂହ ରାଶି ବ୍ୟକ୍ତି ବିଶେଷ ଅଧିକାଂଶ ସମୟରେ ଏକ ତରଫା ପ୍ରେମରେ ପଡିଯାଆନ୍ତି। ପ୍ରେମ ସମ୍ପର୍କକୁ ନେଇ ଏମାନଙ୍କ ମଧ୍ୟରେ ଏକ ଜୁନୁନ ରହିଥାଏ । ପ୍ରେମ ପାଇଁ ଏମାନେ ସବୁ ସୀମା ଲଂଘି ଯାଆନ୍ତି। ଏମାନେ ସାଧାରଣତଃ କେବେ ପଛଘୁଞ୍ଚା ଦେଇନଥାନ୍ତି | ନିଜ ସାଥି ପ୍ରତି ଏମାନେ ଅତ୍ୟଧିକ ରୋମାଣ୍ଟିକ ଥାଆନ୍ତି । ଏହି ରାଶିର ବ୍ୟକ୍ତି ବିଶେଷ ଖୁବ ଶୀଘ୍ର ଲୋକଙ୍କ ମନ ଜିଣିଥାନ୍ତି ।
ତୁଳା – ତୁଳା ରାଶିର ବ୍ୟକ୍ତି ବିଶେଷ ରୋମାଣ୍ଟିକ ହୋଇଥାନ୍ତି । ଯଦି ଏମାନଙ୍କୁ କିଏ ଭଲ ଲାଗିଯାଏ ତାହେଲେ ଏମାନେ ତାଙ୍କୁ ଭଲ ପାଇ ବସନ୍ତି । ମଉକା ପାଇଲେ ଏମାନେ ନିଜ ହୃଦୟ କଥା କହିଦେଇଥାନ୍ତି । ପ୍ରେମ ସମ୍ପର୍କ ମାମଲାରେ ଏମାନଙ୍କ ଧୈର୍ଯ୍ୟ ନଥାଏ ।ବେଳେବେଳେ ଏମାନେ ପ୍ରେମ ମାମଲାରେ କାହାକୁ ମଧ୍ୟ ଖାତିର କରିନଥାନ୍ତି ।
ମୀନ – ମୀନ ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵଭାଵ ଅତ୍ୟନ୍ତ ରୋମାଣ୍ଟିକ ହୋଇଥାଏ । କିନ୍ତୁ ଏମାନେ ନିଜ ଭାବନାକୁ ଦେଖାନ୍ତି ନାହଁ, ମନ ଭିତରେ ଲୁଚାଇ ରଖନ୍ତି । ବଡ ଚତୁରତାର ସହ ଏମାନେ ନିଜ ପ୍ରେମର ଖୁଲାସା କରିଥାନ୍ତି । ଏମାନଙ୍କୁ ଯଦି କିଏ ପସନ୍ଦ ଆସିଯାଏ ତାହେଲେ ଏମାନେ ତାଙ୍କ ପ୍ରେମରେ ହଜି ଯାଆନ୍ତି ।