ଆଜିଠୁ କମିଲା LPG ଦର: ଏବେ ଏତିକି ଟଙ୍କାରେ ମିଳିବ ଗ୍ୟାସ ସିଲିଣ୍ଡର

ନୂଆଦିଲ୍ଲୀ : କମିଲା ଗ୍ୟାସ ସିଲିଣ୍ଡର ମୂଲ୍ୟ। ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବ୍ୟବସାୟିକ ସିଲିଣ୍ଡରର ମୂଲ୍ୟରେ ୧୯୮ ଟଙ୍କା ହ୍ରାସ ହୋଇଛି। ଏହା ଜୁଲାଇ ୧ ଠାରୁ ଲାଗୁ କରାଯାଉଛି। ଏହା ଦ୍ୱାରା ଗ୍ରାହକଙ୍କୁ ଏକ ବଡ ଆଶ୍ୱସ୍ତି ମିଳିଛି। କମ୍ପାନୀ ଗୁଡିକ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ କରି ନାହାଁନ୍ତି। ଆଜି ୧ ଜୁଲାଇ ୨୦୨୨ରୁ ନୂଆ ଦର ଲାଗୁ କରାଯାଇଛି।

୧ ଜୁଲାଇରୁ ରାଜଧାନୀ ଦିଲ୍ଲୀରେ ୧୯ କିଲୋର କମର୍ସିଆଲ ସିଲିଣ୍ଡରର ଦର ୧୯୮ଟଙ୍କାକୁ ହ୍ରାସ କରିଛି ଇଣ୍ଡିଆନ ଅଏଲ । ୩୦ଜୁନ ପର୍ଯ୍ୟନ୍ତ ଏହି ୧୯ କେଜିର କମର୍ସିଆଲ ସିଲିଣ୍ଡର ୨୨୧୯ଟଙ୍କାରେ ମିଳୁଥିଲା । କିନ୍ତୁ ୧ଜୁଲାଇରୁ ଏହାର ଦର ହ୍ରାସ ପାଇ ୨୦୨୧ଟଙ୍କା ହୋଇଯାଇଛି । ସେହିପରି ପଶ୍ଚିମବଙ୍ଗରେ ୨୩୨୨ଟଙ୍କାରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡରର ଦର ହ୍ରାସ ହୋଇ ୨୧୪୦ଟଙ୍କାରେ ପହଞ୍ଚିଛି ।

ମୁମ୍ବାଇରେ ଏହାର ଦର ୨୧୭୧.୫୦ରୁ ହ୍ରାସ ହୋଇ ୧୯୮୧ଟଙ୍କା ହୋଇଛି । ଏବଂ ଚେନ୍ନାଇରେ ୨୩୭୩ ଟଙ୍କା ରେ ମିଳୁଥିବା କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ହ୍ରାସ ହୋଇ ୨୧୮୬ଟଙ୍କାରେ ପହଞ୍ଚିଛି । ତେବେ ତେଲ କମ୍ପାନୀ ତରଫରୁ ଘରୋଇ ଗ୍ୟାସ ସିଲିଣ୍ଡରର ଦରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମର ଗ୍ୟାସ ସିଲିଣ୍ଡର ୧୦୦୩ଟଙ୍କାରେ ମିଳୁଥିବା ଜଣା ପଡ଼ିଛି।